odisha24 Live

Latest News

Latest News

ଆକାଶରୁ ଝରୁଛି ବର୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ବର୍ଷାର ଏକ ଭୟଙ୍କର ରୂପ ଦେଖିବାକୁ ମିଳୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ଆକାଶ ଅଶାନ୍ତ ହୋଇପଡ଼ିଛି, ଆକାଶରୁ ନିରନ୍ତର ଢାଳୁଛି ବର୍ଷା। ମୟୂରଭଞ୍ଜରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ, ଚାରିଆଡ଼େ କେବଳ ଘଡ଼ଘଡ଼ି ଏବଂ ବର୍ଷା ହେଉଛି।
ଆଜି ପାଇଁ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ୮ଟି ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି । ବିଭାଗର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୫ ତାରିଖ ଯାଏଁ କିଛି ସ୍ଥାନରେ ବର୍ଷା ଜାରି ରହିବ ।

Share In Social Media
Scroll to Top