odisha24 Live

Latest News

Latest News

ଅକ୍ଟୋବର ମଝିରେ ବଙ୍ଗୋପସାଗରରେ ଅବପାତ ଆଶଙ୍କା

ଭୁବନେଶ୍ୱର : ଅକ୍ଟୋବର ଆରମ୍ଭରୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ବଢ଼ିଛି। ଦେଶରୁ ମୌସୁମୀ ବିଦାୟ ନେଉଥିବା ବେଳେ, ଆଇଏମ୍‌ଡିର ଆକଳନ ଅନୁସାରେ ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ।

ପରେ ଏହା ଘନୀଭୂତ ହୋଇ ୧୫ ଅକ୍ଟୋବର ସୁଦ୍ଧା ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ବିଭିନ୍ନ ପାଣିପାଗ ମଡେଲଗୁଡିକ ପକ୍ଷରୁ ଆକଳନ କରାଯାଇଛି ଯେ, ଅକ୍ଟୋବର ୧୨ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୩ରେ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗର କିମ୍ବା ପାଶର୍‌ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେଇପାରେ।
ପୂର୍ବରୁ ୨୦୧୪ ଅକ୍ଟୋବର ୧୨ରେ ହୁଡୁହୁଡ, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ୍‌, ୨୦୧୮ ଅକ୍ଟୋବର ୧୦ରେ ତିତିଲି, ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଓଡ଼ିଶାରେ ଅନେକ କ୍ଷୟକ୍ଷତି କରିଥିବା ବେଳେ ବର୍ତ୍ତମାନର ଆକଳନ ଆଉ ଏକ ନୂଆ ଡର ସୃଷ୍ଟି କରିଛି।

Share In Social Media
Scroll to Top