odisha24 Live

Latest News

Latest News

ନୀତିନ ନବୀନଙ୍କ ନୂଆ ଟିମ୍

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ନୂତନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ନିଜର ନୂତନ ଟିମ୍ ଘୋଷଣା କରିଥିବାବେଳେ, ଏହି ତାଲିକାରେ ଓଡ଼ିଶା ପାଇଁ ଏକ ବଡ଼ ଖବର ଆସିଛି।
ଦଳ ପକ୍ଷରୁ ପ୍ରକାଶିତ ଏହି ନୂତନ ତାଲିକାରେ ଓଡ଼ିଶାର ଦୁଇ ଜଣ ପ୍ରଭାବଶାଳୀ ସାଂସଦଙ୍କୁ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। କ୍ରମାଗତ ତୃତୀୟ ଥର ପାଇଁ ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ଅନ୍ୟତମ ପ୍ରମୁଖ ଚେହେରା ତଥା ସାଂସଦ ସମ୍ବିତ ପାତ୍ରଙ୍କୁ ମଧ୍ୟ ପୁନର୍ବାର ନର୍ଥ ଇଷ୍ଟ (ଉତ୍ତର-ପୂର୍ବାଞ୍ଚଳ) ସଂଯୋଜକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱନ୍ୟସ୍ତ କରାଯାଇଛି।
ରାଷ୍ଟ୍ରୀୟ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏହି ନୂତନ ଟିମ୍ ଗଠନ କରିଛନ୍ତି। ବିଶେଷ କରି ଓଡ଼ିଶାରୁ ଦୁଇ ଜଣ ଜଣାଶୁଣା ସାଂସଦଙ୍କୁ ପୁନର୍ବାର ଜାତୀୟ କାର୍ୟ୍ୟକାରିଣୀରେ ଏପରି ପ୍ରମୁଖ ପଦବୀ ମିଳିବା, ରାଜ୍ୟରେ ଦଳୀୟ ନେତୃତ୍ୱର ଦକ୍ଷତା ଏବଂ ଜାତୀୟ ରାଜନୀତିରେ ଓଡ଼ିଶାର ଗୁରୁତ୍ୱକୁ ଆହୁରି ଦୃଢ଼ କରିଛି। ଓଡ଼ିଶା ବିଜେପି ଶିବିରରେ ଏହି ଖବର ପରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Share In Social Media
Scroll to Top