odisha24 Live

Latest News

Latest News

ଦିଲ୍ଲୀରେ ଆଜି ଶାହଙ୍କ ବୈଠକ, ମହାନଦୀ ବିବାଦର ସମାଧାନ ନେଇ ବଢ଼ିଲା ଆଶା

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେଉଛି। ଦୁଇ ରାଜ୍ୟ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଏହି ବୈଠକକୁ ଗୁରୁତ୍ୱ ଦିଆଯାଉଛି।
ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗଦେବେ ।
ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ମତଭେଦକୁ ନେଇ ଆଲୋଚନା ହେବ।କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ ସେଣ୍ଟ୍ରାଲ ୱାଟର କମିସନ୍‌ର ବୈଷୟିକ ତଥ୍ୟ ମଧ୍ୟ ଆଲୋଚନାର ଆଧାର ହୋଇପାରେ। ଉଲ୍ଲେଖ ଥାଉ କି ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ମତଭେଦ ରହିଆସିଛି। ଉପରମୁଣ୍ଡରେ ନିର୍ମାଣ ଏବଂ ଜଳ ନିୟନ୍ତ୍ରଣ ଯୋଗୁଁ ଓଡ଼ିଶାକୁ ତଳମୁଣ୍ଡରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ନେଇ ଆପତ୍ତି ଉଠାଇଆସିଛି। ଏହି ବିବାଦ ୨୦୧୮ରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି।

Share In Social Media
Scroll to Top