odisha24 Live

Latest News

Latest News

ଲେମ୍ବୁ ରସରେ ଲୁଚିଛି ଅନେକ ଉପକାରୀ ଗୁଣ

ଶରୀର ସୁସ୍ଥ ରହିଲେ ମନ ମଧ୍ୟ ରହେ ଫୁର୍ତ୍ତି ଓ ସତେଜ। ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ କେହି ନିୟମିତ ଜିମ୍‌ ଯାଉଥିବାବେଳେ, ଆଉ କେହି ନିଜ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ସୁସ୍ଥ ଜୀବନଶୈଳୀରେ ଏକ ସରଳ ଓ ଲୋକପ୍ରିୟ ପାନୀୟ ହେଉଛି ଲେମ୍ବୁ ପାଣି। ତେବେ ଲେମ୍ବୁ ପାଣି ପିଇବାରୁ ଶରୀରକୁ କ’ଣ କ’ଣ ଲାଭ ମିଳିପାରେ? ଆସନ୍ତୁ, ଜାଣିବା ଏହାର ଉପକାରିତା ବିଷୟରେ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ :- ଲେମ୍ବୁରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ପ୍ରତିଦିନ ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ପିଇବା ଦ୍ବାରା ଥଣ୍ଡା, ଭାଇରାଲ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ ।
ପାଚନକ୍ରିୟା ପାଇଁ ଲାଭଦାୟକ :- ଯଦି ଆପଣ ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ବଦହଜମୀ ଭଳି ପେଟ ସମସ୍ୟାରେ ପୀଡିତ, ତେବେ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଏହା ହଜମ କରିବାରେ ସାହାଯ୍ୟ କରେ ।
ଓଜନ କମାଏ :- ଲେମ୍ବୁ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ମଧ୍ୟ ହୋଇପାରେ। ଲେମ୍ବୁରେ ପେକ୍ଟିନ ଫାଇବର ଥାଏ । ଯାହା ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହାକୁ ଉଷୁମ ପାଣି ସହିତ ପିଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ପାଏ । ଯାହା ଚର୍ବି ଏବଂ କ୍ୟାଲୋରୀକୁ ଶୀଘ୍ର ନଷ୍ଟ କରିବାରେ ସାହାଯ୍ୟ କରେ ।
ଚର୍ମ ପାଇଁ ଲାଭଦାୟକ :- ଲେମ୍ବୁ ପାଣିର ନିୟମିତ ସେବନ ବ୍ରଣ, କୁଞ୍ଚନ ଏବଂ ଦାଗ ହ୍ରାସ କରେ । ଭିଟାମିନ୍ ସି କୋଲାଜେନ ଉତ୍ପାଦନରେ ସାହାଯ୍ୟ କରେ, ଯାହା ଚର୍ମକୁ ଯୁବା ଏବଂ ଚମକଦାର ରଖେ ।
କିଡନୀ ଷ୍ଟୋନ୍ ପାଇଁ ଲାଭକାରୀ :- ଲେମ୍ବୁ ପାଣି ପିଇବା ଦ୍ବାରା କିଡନୀରେ କ୍ୟାଲସିୟମ୍ କ୍ରିଷ୍ଟଲ ତିଆରି କରିପାରି ନଥାଏ । ଯାହା କିଡନୀ ଷ୍ଟୋନ୍ ହେବାର ଆଶଙ୍କାକୁ କମ୍ କରିଥାଏ ।
ଲେମ୍ବୁ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ । ହେଲେ ସକାଳୁ ଏହାର ରସକୁ ଉଷୁମ ପାଣି ସହିତ ପିଇବା ଦ୍ବାରା ଅଧିକ ଫାଇଦା ମିଳିଥାଏ ।

Share In Social Media
Scroll to Top