odisha24 Live

Latest News

Latest News

କିଡ୍‌ନୀକୁ କିପରି ସୁସ୍ଥ ରଖିବେ

କିଡ୍‌ନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ଠିକ୍‌ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ଓ କିଛିଟା ବଦଭ୍ୟାସ ଯେତେ ଶୀଘ୍ର ବଦଳାଇ ପାରିବେ ସେତେ ଭଲ। ଜାଣନ୍ତୁ ସେ ଅଭ୍ୟାସଗୁଡ଼ିକ କ’ଣ?
ଶରୀର ପାଇଁ ନିଦ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କିଡ୍‌ନିର ପରିଚାଳନା ଆମ ଶରୀର ପାଇଁ ନିହାତି ଜରୁରୀ। ନିଦ ଠିକ୍‌ ଭାବରେ ହେଲେ ଏହା କିଡନି ଉପରେ ପଡ଼ିଥାଏ।
ଅଧିକ ମାତ୍ରାରେ ମଦ୍ୟପାନ:- ନିୟମିତ ଭାବେ ମଦ୍ୟପାନ ବା ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଏହା ଆମ କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇ ଥାଏ। ଅଧିକ ମାତ୍ରାରେ ମଦ୍ୟପାନ କେବଳ କିଡ୍‌ନି ନୁହେଁ ଲିଭର୍‌ ଉପରେ ବି ପଡ଼ିଥାଏ।
ବ୍ଲଡପ୍ରେସର କମ୍‌ ବା ବେଶୀ ହେଲେ:- ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର) କିଡ୍‌ନି ପାଇଁ ହାନିକାରକ। ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତକୋଷିକା ଉପରେ ପ୍ରଭାବ ପଡ଼ିଥାଏ। ଯଦି ବିପି ସମସ୍ୟା ରହୁଛି ତେବେ ଠିକ୍‌ ସମୟରେ ଏହାର ଉପଚାର କରିବା ଆବଶ୍ୟକ। ଏଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ।
ଅଧିକ ଓ କମ୍‌ ମାତ୍ରାରେ ପାଣି ପିଇବା:- ପାଣିର ମାତ୍ରା ଅଧିକ ହେଉ ବା କମ୍‌ ଏହା ଶରୀର ପାଇଁ କ୍ଷତିକାରକ। ବହୁତ କମ୍‌ ପାଣି ପିଇଲେ କିଡନିରେ ଛାଣି ହେବା ପ୍ରକ୍ରିୟା ଧିମା ପଡ଼ିଥାଏ। ଏବଂ ଅଧିକ ପାଣି ପିଇଲେ କିଡ୍‌ନିରେ ଚାପ ପଡ଼ିଥାଏ। ଶରୀରର ଆବଶ୍ୟକତା ଅନୁସାରେ ଗୋଟେ ଦିନରେ ଦେଢ଼ରୁ ଦୁଇ ଲିଟର ପାଣି ପିଇବା ଆବଶ୍ୟକ।
ଅଧିକ ମେଡିସିନ୍‌ ସେବନ:- ଅଧିକ ମେଡିସିନ୍‌ର ସେବନ କିଡ୍‌ନି ପାଇଁ କ୍ଷତିକାରକ। ଯଦି ଲମ୍ବା ସମୟ ଧରି ପେନ୍‌ କିଲର୍‌ ସେବନ କରିବେ ଏହା କିଡ୍‌ନି ପାଇଁ କ୍ଷତିକାରକ। ଯଦି ମୁତ୍ର ସଂକ୍ରମଣ ହେଉଛି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Share In Social Media
Scroll to Top