
ଜାକର୍ତ୍ତା : ଭୟଙ୍କର ଭୂକମ୍ପରେ ଥରହର ହେଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପପୁଞ୍ଜ ନିକଟରେ ଶନିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି, ଯାହା ପରେ ସୁନାମି ସତର୍କତା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫ୍ଲୋରେସ୍ ଦ୍ୱୀପର ଉତ୍ତରରେ ଥିବା ଏଣ୍ଡେ ସହରଠାରୁ ୬୮ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଓ ଭୂ-ପଦାର୍ଥ ବିଜ୍ଞାନ ଏଜେନ୍ସି (ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର) ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି କରିଛି। ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟରର ଭୂକମ୍ପ ଏବଂ ସୁନାମି ନିର୍ଦ୍ଦେଶକ ୱିଜୟାନ୍ତୋ କହିଛନ୍ତି ଯେ ସୁନାମି ମଡେଲିଂ ଫଳାଫଳରୁ ଜଣାପଡୁଛି ଯେ ଦେଶର ପୂର୍ବ ନୁସା ତେଙ୍ଗାରା ଏବଂ ଦକ୍ଷିଣ ସୁଲାୱେସି ବ୍ୟତୀତ ପଶ୍ଚିମ ନୁସା ତେଙ୍ଗାରାରେ ମଧ୍ୟ ସୁନାମି ଆସିବାର ସମ୍ଭାବନା ରହିଛି। ସମୁଦ୍ରରେ ୩ ମିଟର ପର୍ଯ୍ୟନ୍ତ ଲହରୀ ଉଠିବା ନେଇ ଆଲର୍ଟ ଜାରି କରାଯାଇଛି।





