
ମୁମ୍ବାଇ : ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି । ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା, ଯେତେବେଳେ ‘ଭୁଲେଶ୍ୱର ଚା ରାଜା’ ମିତ୍ର ମଣ୍ଡଳର ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ଏକ ଶୋଭାଯାତ୍ରା ସମୟରେ ଭୁଲେଶ୍ୱରରେ ଭୁଶୁଡ଼ି ପଡ଼ିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ମୂର୍ତ୍ତି ଆଗମନ ଉତ୍ସବ ସମୟରେ ଭୁଲେଶ୍ୱରର ଜୟ ଆମ୍ବ ଚୌକ ନିକଟରେ କବୁତର ଖାନା ନିକଟରେ ଏହି ଘଟଣା ଘଟିଛି। ରିପୋର୍ଟରୁ ଜଣାପଡିଛି ଯେ, ମୂର୍ତ୍ତିର ଗଠନରେ ଥିବା ବାଟ୍ ଏବଂ ବୋଲ୍ଟ କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ପ୍ରାଣ ହରାଇଥିବା ପୀଡିତମାନଙ୍କ ମଧ୍ୟରେ ୩୩ ବର୍ଷୀୟ ସଙ୍କେତ ନେଭସେ ଏବଂ ୩୦ ବର୍ଷୀୟ ବ୍ରିଜେଶ ହେମନ୍ତ ଯୋଶୀ ଭାବରେ ଚିହ୍ନଟ କରାଯାଇଛି।





