odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଛାତ୍ରୀଛାତ୍ର ଦେବେ ପରୀକ୍ଷା ଫି

ଭୁବନେଶ୍ୱର : କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଫି’ ସରକାର ବହନ କରିବେ। ତେବେ ପରୀକ୍ଷା ଫି’କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ ପରୀକ୍ଷା ଫି’ ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବ। କେଜିରୁ ପିଜି ମାଗଣା ଶିକ୍ଷା ନେଇ ସରକାରଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ବିସ୍ତୃତ ମାର୍ଗଦର୍ଶିକା ବା ଏସ୍‌ଓପି ଜାରି କରାଯାଇଛି। ନାମଲେଖା ଫି’ ଭଳି ଛାତ୍ରୀଛାତ୍ରଙ୍କଠାରୁ ଆଉ କେତେକ ଫି’ ଆଦାୟ କରିପାରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ସେମିନାର, ପରୀକ୍ଷା, ଶୈକ୍ଷିକ ଭ୍ରମଣ, ଆଲୁମ୍‌ନି ଆସୋସିଏସନ ଭଳି କାର୍ଯ୍ୟକ୍ରମ ପାଇଁ ଫି’ ଆଦାୟ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇଛି। ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ବିଶେଷ ପରିସ୍ଥିତିରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅନୁମତି ଦେଲେ ଉପସ୍ଥାନ ହାର କମାଯାଇପାରିବ। ୬୫%ରୁ କମ୍‌ ଉପସ୍ଥାନ ଥିବା କିମ୍ବା ଯୋଜନା ପାଇଁ ଅଯୋଗ୍ୟ ଛାତ୍ରୀଛାତ୍ରଙ୍କ ଫି’ ସରକାର ବହନ କରିବେ ନାହିଁ। ତେବେ ଏଭଳି ଛାତ୍ରୀଛାତ୍ରଙ୍କ ନାମଲେଖା ଓ ଅନ୍ୟାନ୍ୟ ଫି’ କିପରି ଏବଂ କେବେ ଆଦାୟ କରାଯିବ, ସେନେଇ ଏସ୍‌ଓପିରେ ସ୍ପଷ୍ଟ କରାଯାଇନାହିଁ। ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପାଇଁ ସାମ୍‌ସ ୱେବ୍‌ସାଇଟ୍‌ରେ ପୂର୍ବରୁ ନିର୍ଦ୍ଧାରିତ ଫି’ ଅନୁଯାୟୀ ସରକାର ଅନୁଦାନ ପ୍ରଦାନ କରିବେ। ସେହିପରି ୨୦୨୫-୨୬ ଶିକ୍ଷାବର୍ଷରେ ଧାର୍ଯ୍ୟ ହୋଇଥିବା ପୁନଃନାମଲେଖା ଫି’ ଆଧାରରେ ଚଳିତବର୍ଷ ଅନୁଦାନ ଦିଆଯିବ। କୌଣସି ଶିକ୍ଷାନୁଷ୍ଠାନ ନିଜ ଇଚ୍ଛାରେ ଏହି ଫି’ ପରିବର୍ତ୍ତନ କରିପାରିବେ ନାହିଁ। ଆଗକୁ ଫି’ ବୃଦ୍ଧି ନିଷ୍ପତ୍ତି ପାଇଁ ରାଜ୍ୟସ୍ତରରେ ଏକ ଫି’ ରେଗୁଲେସନ କମିଟି ଗଠନ କରାଯିବ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top