odisha24 Live

Latest News

Latest News

ଛାତ୍ର ସଂସଦ ନିର୍ବାଚନ:ଆଜି ଦାଖଲ ହେବ ପ୍ରାର୍ଥିପତ୍ର

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ନେଇ ଆଜି ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ ଭରିବେ। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ସନ୍ଧ୍ୟା ୫ଟା ସୁଦ୍ଧା ନାମାଙ୍କନ ତାଲିକା ବୈଧ କରାଯିବ। କାଲି ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ନୋମିନେଶନ ପ୍ରତ୍ୟାହାର କରାଯିବ। ଶନିବାର ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ନିର୍ବାଚନୀ ତାତି ଦେଖିବାକୁ ମିଳିଲାଣି । ହିଂସା ସହ କ୍ୟାମ୍ପସ ଅଶାନ୍ତ ହୋଇ ପଡ଼ିଛି। ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ଼ ହୋଇଛି। ଫଳରେ ନିର୍ବାଚନ ବାତିଲ କରାଯାଇଛି। ଏତିକି ନୁହେଁ ଭଦ୍ରକ ସ୍ଵୟଂଶାସିତ କଲେଜରେ ପଥର ମାଡ଼ ସହ କାଚ ବୋତଲ ପିଙ୍ଗାଯାଇଛି। ରାଜଧାନୀରେ ଦେବରାୟ କଲେଜର ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ସହ ଗୋଡ଼ାଇ ଗୋଡ଼ାଇ ହଣାକଟା ହୋଇଥିବାର ଅଭିଯୋଗ ସାମ୍ନାକୁ ଆସିଛି।

Share In Social Media
Scroll to Top