odisha24 Live

Latest News

Latest News

ବର୍ଷା ଅଟକାଇଲା ଫାଇନାଲ ମ୍ୟାଚ୍

ବେଙ୍ଗାଲୁରୁ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଶେଷରେ ବାତିଲ ହୋଇଛି । ଏହି ମ୍ୟାଚରେ ବର୍ଷା ଖଳନାୟକ ସାଜିଲା । ପାଖାପାଖି ଅଢ଼େଇ ଘଣ୍ଟାର ପ୍ରବଳ ବର୍ଷା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହା ପରେ ମ୍ୟାଚକୁ ଉଭୟ ଦଳ ପାଇଁ ୯-୯ ଓଭର କରିଦିଆଯାଇଥିଲା । କିନ୍ତୁ ପୁଣି ଥରେ ପ୍ରବଳ ବର୍ଷା ଆସିବାରୁ ଶେଷରେ ମ୍ୟାଚ୍ ବାତିଲ କରିଦିଆଯାଇଛି । ବର୍ଷାରେ ଧୋଇଗଲା ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ।

ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୭.୪ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା । ଏହାପରେ ପ୍ରବଳ ବର୍ଷା ଯୋଗୁ ଖେଳ ହୋଇପାରିଲା ନାହିଁ । ଏହାପରେ ମ୍ୟାଚକୁ ବାତିଲ କରାଯାଇଛି । ଫଳରେ ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ରେ ଡ୍ର ରହିଯାଇଛି । ମ୍ୟାଚ୍ ଆରମ୍ଭରୁ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା ।

ଅଭିଷେକ ଶର୍ମା ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଇଶାନ କିଶନ ଆକ୍ରମଣ ବ୍ୟାଟିଂ କରିଥିଲେ। ସେ ରୋମାରିଓ ସେଫର୍ଡଙ୍କ ଗୋଟିଏ ଓଭରରେ ୨୪ ରନ କରିଥିଲେ । ଇଶିନ ମାତ୍ର ୧୦ ବଲରୁ ୩୦ ରନ କରିଥିଲେ । ତେବେ ସେ ଶମର ଜୋସେଫଙ୍କ ସ୍ଲୋ ବଲ୍ ମିଡ୍-ଅନକୁ କ୍ୟାଚ୍ ହୋଇଥିଲେ । ତେବେ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ମାତ୍ର ୨.୫ ଓଭରରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଦଳୀୟ ଅର୍ଦ୍ଧଶତକ ପୂରା କରିବାରେ ସଫଳ ହୋଇଥିଲା ।

Share In Social Media
Scroll to Top