odisha24 Live

Latest News

Latest News

୨୧ରେ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ସକ୍ରିୟ ହେବ ପାଣିପାଗ ପ୍ରଣାଳୀ। ସପ୍ତାହ ଶେଷ ଆଡ଼କୁ ଏକ ବଡ଼ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପରେ ୨୪ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।

ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ଦଶହରା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି । ଏବେ ସମସ୍ତଙ୍କ ନଜର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ପାଣିପାଗ ପ୍ରଣାଳୀ ଉପରେ। ଏହା କେଉଁ ଦିଗକୁ ଗତି କରିବ ଏବଂ ଓଡ଼ିଶାର ପାଗ ଉପରେ କେତେ ପ୍ରଭାବ ପକାଇବ, ତାହା ପରବର୍ତ୍ତୀ ପାଣିପାଗ ଆକଳନ ପରେ ସ୍ପଷ୍ଟ ହେବ ।

Share In Social Media
Scroll to Top