odisha24 Live

Latest News

Latest News

ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଆଗ୍ରହ କାନାଡା

ନୂଆଦିଲ୍ଲୀ : ଆମେରିକା ସହ ସମ୍ପର୍କରେ ଟାରିଫ୍ ଓ ବାଣିଜ୍ୟକୁ ନେଇ ଟଣାଓଟରା ଚାଲିଥିବାବେଳେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଆଗ୍ରହ ଦେଖାଉଛି କାନାଡା। ଏହି କ୍ରମରେ ଡିସେମ୍ବର ୧୧ ଓ ୧୨ ତାରିଖରେ କାନାଡା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଆଲୋଚନା ପରେ ଏହି ଗସ୍ତ ନେଇ ସୂଚନା ଦେଇଛି ଓଟାୱାସ୍ଥିତ ଭାରତୀୟ ହାଇକମିଶନ। ଦୀର୍ଘଦିନର କୂଟନୈତିକ ତିକ୍ତତା ପରେ ଉଭୟ ଦେଶ ଏବେ ସମ୍ପର୍କ ସୁଧାରିବା ସହ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।
ଏହି ଗସ୍ତରେ ବାଣିଜ୍ୟ ମୁଖ୍ୟ ପ୍ରସଙ୍ଗ ରହିବା ସମ୍ଭାବନା ରହିଛି। ୨୦୩୦ ସୁଦ୍ଧା ଭାରତ ଓ କାନାଡା ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୭୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଉଭୟ ପକ୍ଷ ଲକ୍ଷ୍ୟ ରଖିଛନ୍ତି। କାନାଡାର ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଧୁ ବର୍ତ୍ତମାନ ଛଅ ଦିନିଆ ବାଣିଜ୍ୟ ପ୍ରତିନିଧି ଦଳ ସହ ଭାରତ ଗସ୍ତରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚାଲିଛି।

Share In Social Media
Scroll to Top