odisha24 Live

Latest News

Latest News

ରମାଦେବୀ କଲେଜରେ ଇପସିତାଙ୍କ ହାଇଡ୍ରାମା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସାଂସଦ ନିର୍ବାଚନ ପାଇଁ ମତଦାନ ଚାଲିଛି । ନିଜ ନିଜ କଲେଜର ନେତା ବାଛୁଛନ୍ତି ଛାତ୍ରଛାତ୍ରୀ। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗ୍ରହଣ। ଦିନ ୨ଟା ଯାଏ ଚାଲିବ ଭୋଟଦାନ ପ୍ରକ୍ରିୟା। ଭୋଟଗ୍ରହଣ ପରେ ଭୋଟ୍ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ଆସିଯିବ ରେଜଲ୍ଟ। ଅନ୍ୟପଟେ ରମାଦେବୀ ବିଶ୍ୱବିଦ୍ୟାଳୟରୁ ପୋଲିସ ବିସିଜେଡି ସଭାନେତ୍ରୀ ଇପସିତାଙ୍କୁ ଉଠାଇ ନେଇଛି। ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି ।
ସୂଚନାରୁ ଜଣାପଡିଛି ଯେ, ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବାହାରେ ବିସିଜେଡି ଏବଂ ଏବିଭିପି କର୍ମୀଙ୍କ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ଓ ବିବାଦ ଦେଖାଦେଇଥିଲା। ଇପସିତାଙ୍କ ବିରୋଧରେ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରିବା ଏବଂ ଗତକାଲି ରାତିରେ ହଷ୍ଟେଲ ଭିତରେ ଗଣ୍ଡଗୋଳ କରିଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ମହିଳା ପୋଲିସ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଇପସିତାଙ୍କୁ ଉଠାଇ ନେଇଛନ୍ତି ।

ଇପସିତା ସାହୁଙ୍କୁ ଉଠାଇ ନେବା ପରେ ବିସିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ପୁଲିସର କାର୍ଯ୍ୟଧାରାକୁ ନେଇ ବିସିଜେଡି ପ୍ରଶ୍ନ କରିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ବିସିଜେଡି ଅଭିଯୋଗ କରିଛି । ଲିସର କାର୍ଯ୍ୟଧାରାକୁ ନେଇ ବିସିଜେଡି ପ୍ରଶ୍ନ କରିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ବିସିଜେଡି ଅଭିଯୋଗ କରିଛି । ତାଙ୍କୁ ଉଠାଇ ନିଆଯିବା ପରେ ଏହାର ପ୍ରତିବାଦ କରିଛନ୍ତି ବିସିଜେଡିର ଛାତ୍ରୀମାନେ। ଇପ୍‌ସିତା ଏବିଭିପିର ସଭାପତି ପ୍ରାର୍ଥୀ ଓ ଅନ୍ୟ କିଛି ଛାତ୍ରୀଙ୍କୁ ଅସଦାଚରଣ ସହିତ ଧସ୍ତାଧସ୍ତି କରିଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି କାରଣ ପାଇଁ ପୁଲିସ୍ ତାଙ୍କୁ ଉଠାଇ ନେଇଛି ନା ଆଉ କିଛି କାରଣ ରହିଛି, ତାହା ତତ୍‌କ୍ଷଣାତ ସ୍ପଷ୍ଟ ହୋଇପାରିନି।

Share In Social Media
Scroll to Top