odisha24 Live

Latest News

Latest News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଶ୍ରଦ୍ଧାଳୁଙ୍କ ପାଇଁ …

ଚେନ୍ନାଇ : ଭଗବାନଙ୍କ ଦର୍ଶନ କରି ପେଟ ପୂରା ଖାଇବେ ଭକ୍ତ । ଭକ୍ତଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଅନ୍ନଦାନ ଯୋଜନାର ହେଲା ବଡ଼ ସଂପ୍ରସାରଣ । ଭଗବାନଙ୍କ ଦର୍ଶନ ପରେ ଭୋକିଲା ପେଟରେ ରହି ଆଉ ଘରକୁ ଫେରିବେନି ଭକ୍ତ । ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ପେଟପୁରା ମାଗଣା ପ୍ରସାଦ ମିଳିବ । ଭକ୍ତଙ୍କ ସେବା ହିଁ ଭଗବାନଙ୍କ ସେବା । ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ସରକାର ଆରମ୍ଭ କରିଛନ୍ତି ଏହି ବଡ଼ ପଦକ୍ଷେପ । ରାଜ୍ୟର ୧୦ଟି ପ୍ରମୁଖ ମନ୍ଦିରରେ ଅନ୍ନଦାନ ଯୋଜନାକୁ ସଂପ୍ରସାରଣ କରାଯାଇଛି । ଏହାଦ୍ୱାରା ବର୍ଷକୁ ୫ ଲକ୍ଷରୁ ଅଧିକ ଭକ୍ତ ମାଗଣା ଭୋଜନର ସୁବିଧା ପାଇପାରିବେ ।

ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାର କୁନ୍ଦ୍ରାଥୁର ସ୍ଥିତ ଅରୁଲମିଗୁ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରୁ ଏହି ସମ୍ପ୍ରସାରିତ ଯୋଜନାର ଶୁଭାରମ୍ଭ ହୋଇଛି । ହିନ୍ଦୁ ଧାର୍ମିକ ଓ ଚାରିଟେବୁଲ୍ ଏଣ୍ଡୋମେଣ୍ଟ ବିଭାଗର ମନ୍ତ୍ରୀ ସି. ରମେଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଭକ୍ତଙ୍କ ସହ ବସି ଭୋଜନ ମଧ୍ୟ କରିଛନ୍ତି । ଏହା କେବଳ ଏକ ଯୋଜନା ନୁହେଁ, ବରଂ ସେବା, ସମାନତା ଓ ମାନବିକତାର ଏକ ବାର୍ତ୍ତା । ଏହି ଯୋଜନାରେ କୋଏମ୍ବାଟୁରର ପେରୁର ପଟ୍ଟୀଶ୍ୱରର ମନ୍ଦିର, ତିରୁପୁରର ଶିବନମଲାଇ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର, କାଞ୍ଚିପୁରମର ଦେବରାଜସ୍ୱାମୀ ଓ ଏକାମ୍ବରନାଥର ମନ୍ଦିର ସମେତ ଚେନ୍ନାଇର ଅଙ୍ଗଳା ପରମେଶ୍ୱରୀ ଓ କାଶୀ ବିଶ୍ୱନାଥ ସ୍ୱାମୀ ମନ୍ଦିର ଭଳି ପ୍ରମୁଖ ଧର୍ମସ୍ଥଳୀ ସାମିଲ ହୋଇଛି । ଅଧିକାଂଶ ମନ୍ଦିରରେ ଦୈନିକ ଭୋଜନ ପାଉଥିବା ଭକ୍ତଙ୍କ ସଂଖ୍ୟା ୧୦୦ରୁ ବଢ଼ାଇ ୨୦୦ କରାଯାଇଛି । ଅର୍ଥାତ୍ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ଏହି ସେବା ।

ସରକାରୀ ତଥ୍ୟ ଅନୁସାରେ, ଏହି ସମ୍ପ୍ରସାରଣ ଦ୍ୱାରା ବାର୍ଷିକ ଅତିରିକ୍ତ ୨ ଲକ୍ଷ ୨୫ ହଜାର ୪୭୫ ଜଣ ଭକ୍ତ ଉପକୃତ ହେବେ । ଫଳରେ ଦଶଟି ମନ୍ଦିରରେ ମୋଟ ବାର୍ଷିକ ହିତାଧିକାରୀଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୩୫୦ରେ ପହଞ୍ଚିବ । ୨୦୦୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା ଏହି ଅନ୍ନଦାନ ଯୋଜନା ଆରମ୍ଭ କରିଥିଲେ । ସମୟ ସହିତ ଏହାର ପରିସର ବଢ଼ିଛି ଏବଂ ଅନେକ ମନ୍ଦିରରେ ଦିନସାରା ମାଗଣା ଭୋଜନ ସେବାର ବ୍ୟବସ୍ଥା ହୋଇଛି । ଏହି ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ସି. ରମେଶ କହିଛନ୍ତି, ଅନ୍ନଦାନ ଯୋଜନାର ସମ୍ପ୍ରସାରଣ ଦ୍ୱାରା ଅଧିକରୁ ଅଧିକ ଭକ୍ତ ଉପକୃତ ହେବେ ।

Share In Social Media
Scroll to Top