odisha24 Live

Latest News

Latest News

ଖାଲି ପଡିଛି ପଦବୀ

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ପଦବୀରେ ମୋଟ ୭୫୮ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସର ଗ୍ରୁପ୍-ଏ କ୍ୟାଡର ଅଧୀନରେ କରାଯିବ। ଆବେଦନ ପ୍ରକ୍ରିୟା ୨୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।

OPSCର ବିଜ୍ଞାପନ ସଂଖ୍ୟା ୧୩/୨୦୨୬-୨୭ ଅନୁଯାୟୀ, ମୋଟ ୭୫୮ଟି ପଦବୀ ମଧ୍ୟରୁ ୭୫୦ଟି ସିଭିଲ୍ ଇଞ୍ଜିନିୟରିଂ ଏବଂ ୮ଟି ମେକାନିକାଲ୍ ଇଞ୍ଜିନିୟରିଂ ପାଇଁ ରହିଛି।

Share In Social Media
Scroll to Top