odisha24 Live

Latest News

Latest News

ଆରମ୍ଭ ହେଲା ସେଲ୍ : କେତେ କମିଛି ଆଇଫୋନ

ମୁମ୍ବାଇ : ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25 Ultra ପରେ ଏବେ iPhone 16 ଉପରେ ମଧ୍ୟ ବଡ଼ ଅଫର ଘୋଷଣା କରିଛି Amazon। ଲଞ୍ଚ୍‌ ପ୍ରାଇସ୍‌ ତୁଳନାରେ ଏହି ସେଲ୍‌ରେ Appleର ଏହି ଫୋନ୍‌ ଅନେକ କମ୍ ଦାମରେ ମିଳିପାରେ।

iPhone 17ର ଦାମ ବଢ଼ିବା ପରେ ନୂଆ Apple ଫୋନ୍‌ କିଣିବା ବଜେଟ୍‌ ବାହାରେ ହେଉଥିଲେ, iPhone 16 ଏକ ଭଲ ବିକଳ୍ପ ହୋଇପାରେ। ଏଥିରେ Apple A18 ଚିପସେଟ୍‌, 48MP କ୍ୟାମେରା ଏବଂ Super Retina XDR OLED ଡିସପ୍ଲେ ଭଳି ଫିଚର୍‌ ମିଳୁଛି।ଆମାଜନ ସେଲରେ iPhone 16ର 128GB ଭାରିଆଣ୍ଟର MRP ୮୯,୯୯୦ ଟଙ୍କା ରହିଛି । ତେବେ ବିଭିନ୍ନ ଅଫରକୁ ମିଶାଇ ଏହାର ଇଫେକ୍ଟିଭ୍‌ ପ୍ରାଇସ୍‌ ୭୧,୯୯୯ ଟଙ୍କା ପର୍ଯ୍ୟନ୍ତ ଆସିପାରେ । ଅର୍ଥାତ୍‌ ଗ୍ରାହକଙ୍କୁ ପ୍ରାୟ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ ମିଳିପାରେ।

ତେବେ ୭୧,୯୯୯ ଟଙ୍କା iPhone 16ର ସିଧାସଳଖ ଲିଷ୍ଟେଡ୍‌ ପ୍ରାଇସ୍‌ ନୁହେଁ। ଏଥିରେ ବ୍ୟାଙ୍କ ଅଫର୍‌ ଏବଂ ଅନ୍ୟାନ୍ୟ ଲାଗୁ ଅଫର୍‌କୁ ମିଶାଯାଇଛି। ତେଣୁ ପ୍ରଥମେ ଫୋନ୍‌ର ଦାମ ଅଧିକ ଦେଖାଯାଇପାରେ ଏବଂ ଯୋଗ୍ୟ କୁପନ୍‌ କିମ୍ବା ବ୍ୟାଙ୍କ ଅଫର୍‌ ଲାଗୁ କରିବା ପରେ ଇଫେକ୍ଟିଭ୍‌ ପ୍ରାଇସ୍‌ ୭୧,୯୯୯ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ସେଲ୍‌ ସମୟରେ SBI ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଜରିଆରେ କିଣାକିଣି କଲେ ଅତିରିକ୍ତ ଡିସକାଉଣ୍ଟ ମିଳିପାରେ। ସେହିପରି Amazon Pay ICICI Bank Credit Card ବ୍ୟବହାର କଲେ ଫ୍ଲାଟ୍‌ ୫ ପ୍ରତିଶତ କ୍ୟାଶବ୍ୟାକ୍‌ ମିଳିବ।

Share In Social Media
Scroll to Top