odisha24 Live

Latest News

Latest News

ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଓ୍ବାଶିଂଟନ: ଆମେରିକାରେ ଏଚ-୧ବି ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍ ଦରମାରେ ଏଚ-୧ବି ଭିସାଧାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଆମେରିକୀୟ କର୍ମଚାରୀଙ୍କ ଦରମା ଉପରେ ଚାପ ପଡ଼ୁଥିବା ଦାବି କରାଯାଇଛି ।
ଆମେରିକା ସରକାର ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ , ଟିସିଏସ୍‌ , ୱିପ୍ରୋ , ଏଚ୍‌ସିଏଲ୍‌, କୋଗ୍ନିଜାଣ୍ଟ ଏବଂ ମାଇକ୍ରୋସଫ୍ଟ, ଆଡୋବ୍‌ ଓ କ୍ୟାପ୍‌ଜେମିନି ଭଳି ୮ଟି ପ୍ରମୁଖ ଆଇଟି ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକାର ଶ୍ରମ ବିଭାଗ ପକ୍ଷରୁ ଏହି କମ୍ପାନୀଗୁଡ଼ିକୁ ‘ପରମାନେଣ୍ଟ ଲେବର ସର୍ଟିଫିକେସନ୍‌’ ବା ଗ୍ରୀନ୍‌ କାର୍ଡ ଆବେଦନ କାର୍ଯ୍ୟକ୍ରମରୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି।
ଆମେରିକା ଶ୍ରମ ବିଭାଗ ଅଭିଯୋଗ କରିଛି ଯେ, ଏହି କମ୍ପାନୀଗୁଡ଼ିକ ଏଚ-୧ବି ଭିସା ବ୍ୟବସ୍ଥାର ଅପବ୍ୟବହାର କରିବା ସହ ଭିସା ଜାଲିଆତିରେ ଲିପ୍ତ ଥିଲେ। ଦେଶର ଶ୍ରମିକମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏହି କଠୋର ନିଷ୍ପତ୍ତି ନିଆଯାଇଥିବା ନେଇ ଆମେରିକା ଶ୍ରମ ସଚିବ କିଥ୍‌ ସୋଣ୍ଡରଲିଙ୍ଗ୍‌ ସୂଚନା ଦେଇଛନ୍ତି।

Share In Social Media
Scroll to Top