odisha24 Live

Latest News

Latest News

ନାନା ପାଟେକରଙ୍କ ପରଲୋକ, ମୋଦି-ଶାହଙ୍କ ସମେତ ବହୁ ନେତାଙ୍କ ଶୋକ

ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନାନା ପାଟେକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ନାନାଙ୍କ ଅଭିନୟର ବିଶିଷ୍ଟ ଶୈଳୀ, ଦମଦାର ଉପସ୍ଥିତି ଏବଂ ବିଭିନ୍ନ ଚରିତ୍ରକୁ ଜୀବନ୍ତ କରିବାର କ୍ଷମତାକୁ ସେ ପ୍ରଶଂସା କରିଛନ୍ତି । ନାନା ପାଟେକରଙ୍କ ଭଳି ଅଭିନୟ କରିପାରୁଥିବା କଳାକାର ବହୁତ କମ୍ । ତାଙ୍କ ଅଭିନୀତ ଅନେକ ଚରିତ୍ରକୁ ଅନେକ ପିଢି ମନେ ରଖିବେ । ହିନ୍ଦୀ ଓ ମରାଠୀ ସିନେମା ପ୍ରତି ନାନାଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ନାନାଙ୍କ ମୃତ୍ୟୁକୁ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାନା ପାଟେକରଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି କହି ତାଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନାନା ଜଣେ ବଡ଼ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ମରାଠୀ ଓ ହିନ୍ଦୀ ସିନେମାରେ ସେ ନିଜର ଏକ ସ୍ୱତନ୍ତ୍ର ଯୁଗ ସୃଷ୍ଟି କରିଥିଲେ । କୃଷକଙ୍କ ସହାୟତା ପାଇଁ ନାନା ପାଟେକର ମକରନ୍ଦ ଅନାସପୁରେଙ୍କ ସହ ମିଶି ‘ନାମ୍ ଫାଉଣ୍ଡେସନ’ ଗଠନ କରିଥିଲେ । ମରୁଡ଼ି ସମୟରେ କୃଷକଙ୍କ ପାଖରେ ଠିଆ ହେବା ସହ ନିଜେ କ୍ଷେତକୁ ଯାଇ ଲୋକଙ୍କ ପାଇଁ କାମ କରୁଥିଲେ ।

ନାନା ପାଟେକରଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।

Share In Social Media
Scroll to Top