odisha24 Live

Latest News

Latest News

ବିସିସିଆଇର ଘୋଷଣା ମନ୍ଧାନା ହେଲେ ଅଧିନାୟକ

ମୁମ୍ବାଇ : ବିସିସିଆଇ ପକ୍ଷରୁ ଆଗାମୀ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଘୋଷଣା କରାଯାଇଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟ୍‌ର କ୍ୟାପଟେନ୍ସିରୁ ଓହରିଯିବା ପରେ, ବୋର୍ଡ ପକ୍ଷରୁ ସ୍ମୃତି ମନ୍ଧାନାଙ୍କୁ ଟିମ୍ ଇଣ୍ଡିଆର ନୂତନ ତଥା ଫୁଲ୍-ଟାଇମ୍ କ୍ୟାପଟେନ୍ ଭାବେ ନିଯୁକ୍ତି ଦିଆଯାଇଛି।

ଏହାସହ ଦଳର ଦାୟିତ୍ୱକୁ ନେଇ ସ୍ମୃତି ମନ୍ଧାନା କହିଛନ୍ତି ଯେ, ଭାରତୀୟ ଟିମ୍‌ର କ୍ୟାପଟେନ୍ ହେବା ତାଙ୍କ ପାଇଁ ଏକ ବଡ଼ ସମ୍ମାନର କଥା ଏବଂ ସେ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବା ପାଇଁ ସର୍ବଶ୍ରେଷ୍ଠ ପ୍ରୟାସ କରିବେ।
ମୁଁ ବିସିସିଆଇ, ଚୟନକର୍ତ୍ତା, ମୋର ସାଥୀ ଖେଳାଳି ଏବଂ ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଭାରତ ପାଇଁ ଖେଳିବା ମୋ ପାଇଁ ସର୍ବଦା ବହୁତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଦଳର ନେତୃତ୍ୱ ନେବାର ସୁଯୋଗ ପାଇବା ମୋ ପାଇଁ ବହୁତ ମୂଲ୍ୟବାନ ହେବ ।

ହରମନପ୍ରୀତ କୌରଙ୍କ ଅନୁପସ୍ଥିତିରେ ମନ୍ଧାନା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ । ମନ୍ଧାନା ଏପର୍ଯ୍ୟନ୍ତ ୧୮ଟି ଟି-୨୦ ଓ ୪ଟି ଦିନିକିଆ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ନୂଆ ଦାୟିତ୍ୱ ମିଳିବା ପରେ ମନ୍ଧାନା ହରମନପ୍ରୀତ କୌରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଜିମ୍ବାୱେ ଗସ୍ତ ପାଇଁ ସ୍ମୃତି ମନ୍ଧାନାଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶେଫାଳୀ ବର୍ମା ଏବଂ ଦିପ୍ତୀ ଶର୍ମାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଶେଫାଳୀଙ୍କୁ ଟି୨୦ ଟିମ ଦାୟିତ୍ବ ମିଳିଥିବା ବେଳେ ଦିପ୍ତୀଙ୍କୁ ଦିନିକିଆ ଦାୟିତ୍ବ ମିଳିଛି ।

Share In Social Media
Scroll to Top