
ଭୁବନେଶ୍ୱର : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯାହାକୁ ନେଇ କ୍ୟାମ୍ପସଗୁଡ଼ିକରେ ପ୍ରବଳ ଉତ୍ସାହ ଓ ମାହୋଲ ଜମିବାକୁ ଆରମ୍ଭ କଲାଣି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ୧୫ ରେ ଭୋଟ୍ ଗ୍ରହଣ ହେବ ଏବଂ ଅକ୍ଟୋବର ୧୬ରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ।
୨୦୧୭ ମସିହା ପରଠାରୁ ରାଜ୍ୟରେ କ୍ୟାମ୍ପସ୍ ନିର୍ବାଚନ ବନ୍ଦ ରହିଥିଲା, କିନ୍ତୁ ବର୍ତ୍ତମାନର ମୋହନ ଚରଣ ମାଝୀ ସରକାର ନିଜ ପ୍ରତିଶ୍ରୁତି ମୁତାବକ ଏହାକୁ ପୁଣି ଆରମ୍ଭ କରିଛନ୍ତି
ଛାତ୍ର ସଂସଦ ନିର୍ବାଚନ ସମୟରେ ହେଉଥିବା ହିଂସାକୁ ରୋକିବା ପାଇଁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ଜିଲ୍ଲା ଏସପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାମ୍ପସ ଭିତରକୁ କୌଣସି ବାହାର ଲୋକ କିମ୍ବା ଅଣ-ଛାତ୍ରଙ୍କ ପ୍ରବେଶ ଓ ପ୍ରଚାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପ୍ରଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ।
କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ ଗତିବିଧି ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ହୋଇଛି।ମୁଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବେଠାରୁ ଛାତ୍ର ସଂଗଠନଗୁଡ଼ିକ ମଧ୍ୟରେ ପ୍ରସ୍ତୁତି ଜୋରଦାର ହେଲାଣି।





