odisha24 Live

Latest News

Latest News

ଖୁବ୍ ଶୀଘ୍ର ପୋଲିସ ଏସଆଇ ପରୀକ୍ଷା

ଭୁବନେଶ୍ୱର : ପୋଲିସ ଚାକିରି ପାଇଁ ଦୀର୍ଘ ୪ ବର୍ଷ ବଡ଼ ଅପେକ୍ଷାର ଘଟିବ ଅନ୍ତ। ଆସନ୍ତା ସପ୍ତାହ ପରୀକ୍ଷା ନେଇ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯିବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ ସିଲେକ୍ସନ ସର୍ଭିସ (ଓୟୁଏସଏସଏସ୍) କମିଶନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ପାଇଁ ସୂଚନା ଦେଇଛନ୍ତି। ତା’ଛଡା ରାଜ୍ୟର ସମସ୍ତ ୟୁନିଫର୍ମ ସର୍ଭିସରେ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ସ୍ବଚ୍ଛ କରିବା ନିମନ୍ତେ‘ଏକକ ପରୀକ୍ଷା’ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
ପ୍ରାର୍ଥୀମାନେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ଓ ଇମେଲକୁ ଆସିବାକୁ ଥିବା ଓଟିପି ଜରିଆରେ ନିଜର କ୍ରେଡେନ୍ସିଆଲକୁ ରିଭାଲିଡେଟ୍ କରିବେ।ଏହି ତଥ୍ୟ ଯାଞ୍ଚ କରିବା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ପୂର୍ବରୁ ଥିବା ନୋଟିଫିକେସନରେ ଥିବା ସମସ୍ତ ନିୟମ,ସର୍ତ୍ତାବଳୀ ଓ ପାଠ୍ୟକ୍ରମ ଅନୁସାରେ ହିଁ ଏହି ପରୀକ୍ଷା ପରିଚାଳନା କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତିIପରୀକ୍ଷା କେବେ କରାଯିବ ସେନେଇ କମିଶନଙ୍କ ସାମୂହିକ ବୈଠକ ପରେ ତାରିଖ ଚୂଡ଼ାନ୍ତ କରାଯିବ ଓ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ଏହା ଘୋଷଣା ହେବ ବୋଲି ସେ କହିଛନ୍ତି। ଚଳିତ ଶୀତ ଋତୁ ଶେଷ ହେବା ପୂର୍ବରୁ ଶାରୀରିକ ଦକ୍ଷତା ପରୀକ୍ଷା ସହିତ ସମସ୍ତ ପ୍ରକ୍ରିୟା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ପ୍ରିଜନ,ଫରେଷ୍ଟ,ଏକ୍ସାଇଜ୍,ଟ୍ରାନ୍ସପୋର୍ଟ,ଆର୍ମଡ୍ ପୁଲିସ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଭଳି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୭ରୁ ୮ହଜାର କନଷ୍ଟେବଳ ଓ ସମତୁଲ ପଦବୀଗୁଡ଼ିକ ପାଇଁ ଗୋଟିଏ କମ୍ବାଇଣ୍ଡ୍ ପରୀକ୍ଷା କରାଯିବ । ବର୍ଷତମାମ ବାରମ୍ବାର ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଯେପରି ହଇରା

Share In Social Media
Scroll to Top