odisha24 Live

Latest News

Latest News

ରୋଗ ମୁକ୍ତ କରେ କଳା ଲୁଣ

ସାଧାରଣ ଧଳା ଲୁଣ ବଦଳରେ କଳା ଲୁଣ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ । ଜାଣିଛନ୍ତି କି, ଖାଇବା ସ୍ବାଦିଷ୍ଟ କରିବା ବ୍ୟତୀତ କଳା ଲୁଣ ମୁହଁ ସଫାଠୁ ଆରମ୍ଭକରି ପାଚନ ପକ୍ରିୟା ପାଇଁ ମଧ୍ୟ କାମରେ ଆସିଥାଏ । ତେଣୁ ସବୁଦିନ ଡାଏଟରେ ଏହାକୁ ସାମିଲ୍ କରନ୍ତୁ ।
ଟମାଟୋ ରସ ସହ କଳା ଲୁଣକୁ ମିଶାଇ କେଶରେ ୧୫ମିନିଟ୍ ଲଗାଇ ରଖନ୍ତୁ । ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ୨ ସପ୍ତାହ କରିବା ଦ୍ବାରା କେଶ ସୁସ୍ଥ ରହିଥାଏ ।

-ଗୋଟିଏ ଗ୍ଲାସ ଗରମ ପାଣିରେ ଲେମ୍ବୁ ରସ ଏବଂ କଳା ଲୁଣ ମିଶାଇ ଦିନକୁ ଦୁଇ ଥର ପିଇବା ଦ୍ବାରା ମୋଟାପା ଦୂର ହୋଇଥାଏ ।

-ସେହିପରି କଳା ଲୁଣ ବ୍ୟବହାର କରିବା ଦ୍ବାରା ଭୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

-ଏକ ଚିମୁଟା କଳା ଲୁଣ ସହ ଚାରି ଚାମଚ ଜୁଆଁଣି ମିଶ୍ରଣ କରି ଖାଇବା ଦ୍ବାରା ଗ୍ୟାସ୍ ଓ ପେଟ ଦରଜରୁ ଉପଶମ ମିଳିଥାଏ ।

– ଆହୁରିମଧ୍ୟ ଗରମ ପାଣିରେ ୨ ଚିମୁଟା କଳା ଲୁଣ ମିଶାଇ ସେହି ବାମ୍ଫକୁ ଶୁଙ୍ଘିବା ଦ୍ବାରା କାଶରୁ ଉପଶମ ମିଳିଥାଏ । ଏଥିସହ ଉଷୁମ ପାଣିରେ ୧ଚାମଚ କଳା ଲୁଣ ମିଶାଇ ଦିନକୁ ୩ ରୁ ୪ ଥର ପିଇବା ଦ୍ବାରା ଥଣ୍ଡାକାଶରୁ ଲାଘବ ମିଳିଥାଏ ।

Share In Social Media
Scroll to Top