
ଭୁବନେଶ୍ୱର : ରାଜ୍ୟ ସରକାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ମାନଙ୍କୁ ନିୟମିତ କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି, ଯାହାଫଳରେ ସେମାନଙ୍କୁ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ଓ ସମସ୍ତ ସୁବିଧା ମିଳିବ।
ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଜୁନିୟର ଟିଚର୍ସ (ସ୍କିମାଟିକ୍) ଭାବେ ନିଯୁକ୍ତ ହୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ରେ ସେବାରତ ଥିବା ଶିକ୍ଷକମାନେ ଏହି ବ୍ୟବସ୍ଥାରେ ଆସୁଛନ୍ତି।
ସେମାନଙ୍କୁ ଏଲିମେଣ୍ଟାରୀ କ୍ୟାଡର Level-V(A) ଆସିଣ୍ଟାଣ୍ଟ ଟିଚର ଭାବେ ନିୟମିତକରଣ କରିବାକୁ ସରକାର କହିଛନ୍ତି।
ସରକାରଙ୍କ ବିଜ୍ଞପ୍ତିରେ ନିୟମିତକରଣକୁ ସମ୍ପୃକ୍ତ ଶିକ୍ଷକଙ୍କ ଜଏନିଙ୍ଗ ଡେଟରୁ ଗଣନା କରିବା କଥା ରହିଛି। ତେବେ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ନ୍ୟାସନାଲ୍ ସର୍ଭିସ୍ ବେନିଫିଟ୍ସ ଦିଆଯିବା ସହ ୧ ଜାନୁଆରୀ ୨୦୨୬ରୁ Level-V(A) ଆସିଣ୍ଟାଣ୍ଟ ଟିଚରଙ୍କ ନିୟମିତ ଦରମା ଓ ଅନ୍ୟାନ୍ୟ ଯୋଗ୍ୟ ସର୍ଭିସ୍ ବେନିଫିଟ୍ସ ପାଇବେ।





