odisha24 Live

Latest News

Latest News

ଭିଜିବେ ମଣ୍ଡପ, ଫିକା ପଡ଼ିବ ପୂଜା ବଜାର

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଅକ୍ଟୋବର ୧୨ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଉପରିବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଅକ୍ଟୋବର ୧୩ ବେଳକୁ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି।

ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଦକ୍ଷିଣ ବଙ୍ଗୋପସାଗର ଓ ପରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ଅକ୍ଟୋବର ୧୫ ପାଖାପାଖି ଏହାର ସ୍ଥିତି ଉପରେ ନଜର ରହିବ।

ତେବେ ଏହା ଲଘୁଚାପରୁ ଅବପାତ କିମ୍ବା ଆହୁରି ଶକ୍ତିଶାଳୀ ହେବ କି ନାହିଁ, ଏନେଇ ଏବେଠାରୁ ନିଶ୍ଚିତ ଆକଳନ କରାଯାଇନାହିଁ। ବର୍ତ୍ତମାନର ପାଣିପାଗ ଆକଳନରେ ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍ ବୋଲି ସୂଚନା ମିଳିଛି।
ନୂଆ ଲଘୁଚାପର ଗତିପଥ ଏବଂ ଶକ୍ତି ବର୍ତ୍ତମାନଠାରୁ ସ୍ପଷ୍ଟ ନଥିବାରୁ ଦଶହରା ସମୟରେ ଓଡ଼ିଶାରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ। ତେବେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ଏହାର ପରବର୍ତ୍ତୀ ଗତିପଥ ଉପରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳର ପାଣିପାଗ ନିର୍ଭର କରିବ।

ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ଏହାର ପ୍ରଭାବ କେତେ ରହିବ, ତାହା ଆଗାମୀ ଦିନର ମଡେଲ୍ ଆକଳନରୁ ଅଧିକ ସ୍ପଷ୍ଟ ହେବ।ଅକ୍ଟୋବର ମାସ ବଙ୍ଗୋପସାଗରରେ ଲଘୁଚାପ ଓ ଘୂର୍ଣ୍ଣିବାତ୍ୟା ପାଇଁ ସକ୍ରିୟ ସମୟ ଭାବେ ପରିଚିତ। ୨୦୨୬ ମୌସୁମୀ ଋତୁରେ ମଧ୍ୟ ଅନେକ ଲଘୁଚାପ ପ୍ରଣାଳୀ ଦେଖାଦେଇଛି।

Share In Social Media
Scroll to Top