
ଭୁବନେଶ୍ୱର: ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୬ଟି ସରକାରୀ ବିଦ୍ୟାଳୟରେ ‘ଜ୍ଞାନ ଜ୍ୟୋତି’ ଡିଜିଟାଲ ଶିକ୍ଷା ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଅଧୀନରେ ପ୍ରତିଷ୍ଠା ହୋଇଥିବା ୬ଟି ଡିଜିଟାଲ ଶ୍ରେଣୀଗୃହ ଦ୍ୱାରା ୫୬୦ରୁ ଅଧିକ ଛାତ୍ରଛାତ୍ରୀ ଓ ୧୭ ଜଣ ଶିକ୍ଷକ ଉପକୃତ ହେଉଛନ୍ତି।
ଗ୍ରାମାଞ୍ଚଳରେ ଡିଜିଟାଲ ଶିକ୍ଷାର ସୁଯୋଗ ବଢ଼ାଇବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିଜ୍ଞତାକୁ ଅଧିକ ଆକର୍ଷଣୀୟ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ପାରମ୍ପରିକ ଶ୍ରେଣୀଗୃହ ଶିକ୍ଷାଦାନ ସହ ଡିଜିଟାଲ ଉପକରଣକୁ ସାମିଲ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟକୁ ଅଧିକ ସହଜ ଓ ଭିଜୁଆଲ୍ ମାଧ୍ୟମରେ ବୁଝିବାର ସୁଯୋଗ ଦିଆଯାଉଛି।
ଏହି ପ୍ରକଳ୍ପ ଅଧୀନରେ କଣ୍ଟାମାଳ ପ୍ରାଥମିକ ବିଦ୍ୟାଳୟ, ସାଗବାରୀ ପ୍ରାଥମିକ ବିଦ୍ୟାଳୟ, ତାରାମୁଣ୍ଡି ପ୍ରାଥମିକ ବିଦ୍ୟାଳୟ, ନକ୍ରୁଣ୍ଡି ଉଚ୍ଚ ବିଦ୍ୟାଳୟ, ତଲାମ୍ବପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚୁଲାବଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶ୍ରେଣୀଗୃହ ସ୍ଥାପନ କରାଯାଇଛି।





