
ଗୌହାଟୀ: ଆଜି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଦ୍ଵିତୀୟ ଦିନିକିଆ ଖେଳାଯିବ। ତିରୁଅନନ୍ତପୁରମରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ଜିତି ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଆଜିର ମ୍ୟାଚରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି। ଦ୍ରୁତ ବୋଲର ଆକିବ ନବୀଙ୍କୁ ସୁଯୋଗ ମିଳିଛି। ଦିନିକିଆ ମ୍ୟାଚ୍ ଜରିଆରେ ଆକିବ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ବାଦ୍ ଦିଆଯାଇଛି।





