odisha24 Live

Latest News

Latest News

ବଦଳିବ ପାଣିପାଗ: ଘଡ଼ଘଡ଼ି-ବିଜୁଳି ସହ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲାରେ ଘଡ଼ଘଡ଼ି, ବିଜୁଳି ଓ ଝଟ୍‌କା ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ଓ ଗୁରୁବାର ଦୁଇଦିନ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଅକ୍ଟୋବର ୬ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଏପଟେ ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରହିଥିଲା। ୧୫ଟି ସ୍ଥାନର ତାପମାତ୍ରା ୩୪ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୪ ଡିଗ୍ରୀ ଛୁଇଁଥିବାବେଳେ ଭୁବନେଶ୍ୱର ୩୫.୨ ଡିଗ୍ରୀ, ପାରାଦୀପ ୩୫.୧ ଡିଗ୍ରୀ, ନୟାଗଡ଼ ୩୫ ଡିଗ୍ରୀ, ଛତ୍ରପୁର, ଚାନ୍ଦବାଲି ଓ ପାରଳାଖେମୁଣ୍ଡିରେ ୩୪.୬ ଡିଗ୍ରୀ, ବାଲେଶ୍ୱର, ପୁରୀ, ଭଦ୍ରକ ଓ ଗୋପାଳପୁରରେ ୩୪.୫ ଡିଗ୍ରୀ, ବାରିପଦା ଓ ତାଳଚେରରେ ୩୪.୨ ଡିଗ୍ରୀ, ଢେଙ୍କାନାଳ ଓ ବଲାଙ୍ଗୀରେ ୩୪ ଡିଗ୍ରୀ ରହିଥିଲା।

Share In Social Media
Scroll to Top