odisha24 Live

Latest News

Latest News

ଗାନ୍ଧୀ ମାର୍ଗରେ ଦେଖାଯାଇଛି ବିରୋଧୀଙ୍କ ଗର୍ଜନ

ଭୁବନେଶ୍ୱର : ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି । ବିରୋଧୀ ଦଳ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ନେତୃତ୍ୱରେ ବିଧାୟକମାନେ ଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭରେ ଶହ ଶହ ବିଜେଡି କର୍ମୀ , ନେତା ଓ ନେତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ଏହି ଗଣ ଧାରଣାରେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ କହିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକାଠି ହୋଇଛୁ। ସାଢେ ୪ କୋଟି ଓଡିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ। ଜେନ୍ ଜିଙ୍କ ସ୍ୱାର୍ଥ ପାଇଁ ଆମର ଲଢେଇ ଜାରି ରହିବ। ଜେନ ଜି ଓ ଓଡିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ। ଆମ ଲଢେଇରେ ସାମିଲ ହେବାକୁ ସବୁ ଦଳକୁ ଆହ୍ୱାନ କରୁଛୁ। ଏମାଟି ପାଇଁ ଏକାଠି ହେବା ଦରକାର। ଏମଏମଡିଆରକୁ ଆମ ରାଜ୍ୟରେ ଲାଗୁ କରାଇ ଦେବା ନାହିଁ। ଶେଷ ନିଶ୍ୱାସ ଯାଏଁ ଲଢିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

Share In Social Media
Scroll to Top