
ମୁମ୍ବାଇ : ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ୍ ବସ୍ 20’ ସୁଟିଂ ବଲିଉଡର ଭାଇଜାନ୍ ସଲମାନ ଖାନ ନୂଆ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହାରି ମଧ୍ୟରେ ଏକ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ଚାଲିଛି। ସେଟରେ ସଲମାନ କାହା ଉପରେ ଏତେ ରାଗିଗଲେ , ଆଉ କହିଲେ “ଏହା ତୋର କାମ ନୁହେଁ…” ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।
ସୂଚାନୁଯାଇ ମୁମ୍ବାଇରେ କଲର୍ସ ଟେଲିଭିଜନର ରିଆଲିଟି ଶୋ’ ‘ବିଗ୍ ବସ୍ 20’ର ପ୍ରିମିୟର ଏପିସୋଡ୍ ପାଇଁ ସୁଟିଂ ଆରମ୍ଭ ହୋଇଥିବାବେଳେ ସଲମାନ ଖାନଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଘଟଣା ଯାହାକୁ ନେଇ ଜୋର ଆଲୋଚନା । ସୁଟିଂ ବେଳେ ସେଟରୁଏକ ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଯେଉଁଥିରେ ସଲମାନ ଖାନ ଜଣେ ବ୍ୟକ୍ତିଙ୍କ ଉପରେ କିଛିଟା କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେହି ସମୟରେ ସଲମାନଙ୍କୁ “ଏହା ତୋର କାମ ନୁହେଁ…” ବୋଲି କହୁଥିବାର ଶୁଣିବାକୁ ମିଳିଥିଲା । ତେବେ ସଲମାନ ପ୍ରକୃତରେ କାହା ଉପରେ ରାଗିଥିଲେ ଏବଂ ଏହା ପଛରେ କାରଣ କ’ଣ ଥିଲା, ସେନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ସଲମାନ ଖାନଙ୍କ ରାଗୀ ସ୍ୱଭାବ ହେଉ କିମ୍ବା ତାଙ୍କ ମଜାଳିଆ ଅନ୍ଦାଜ, ‘ବିଗ୍ ବସ୍’ର ମଞ୍ଚରେ ଭାଇଜାନ୍ ସବୁବେଳେ ଦର୍ଶକଙ୍କ ପାଇଁ କିଛି ନୂଆ ନେଇ ଆସିଥାନ୍ତି। ଏବେ ‘ବିଗ୍ ବସ୍ ୨୦’ର ପ୍ରିମିୟରକୁ ନେଇ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି । ନୂଆ ପ୍ରତିଯୋଗୀ, ନୂଆ ଟ୍ୱିଷ୍ଟ ଏବଂ ସଲମାନ ଖାନଙ୍କ ଦମଦାର ହୋଷ୍ଟିଂ ଏସବୁ ମିଶି ଏଥରର ସିଜନକୁ ଆହୁରି ରୋମାଞ୍ଚକର କରିବ ବୋଲି ଆଶା କରାଯାଉଛି।





