
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏ ଦଳକୁ ମିଳିଛି ବଡ଼ ସୁଯୋଗ। ନ୍ୟୁଜିଲାଣ୍ଡ କ୍ରିକେଟ୍ ଘୋଷଣା କରିଥିବା ଘରୋଇ ରେଡ୍-ବଲ୍ କାର୍ଯ୍ୟସୂଚୀ ଅନୁସାରେ, ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବ ୩ଟି ୪ ଦିନିଆ ମ୍ୟାଚ୍। କ୍ରାଇଷ୍ଟଚର୍ଚ୍ଚରେ ହେବ ସମସ୍ତ ମୁକାବିଲା, ଅକ୍ଟୋବର ୨୪ରୁ ଆରମ୍ଭ ହେବ ସିରିଜ୍। ଏହି ମ୍ୟାଚ୍ଗୁଡ଼ିକ ଭାରତୀୟ ଯୁବ ଓ ଉଦୀୟମାନ ଖେଳାଳିଙ୍କ ପାଇଁ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇବାର ଭଲ ସୁଯୋଗ ହେବ। ବିଶେଷକରି ନ୍ୟୁଜିଲାଣ୍ଡର ଦ୍ରୁତ ଓ ବାଉନ୍ସିଂ ପିଚ୍ରେ ଖେଳିବାର ଅଭିଜ୍ଞତା ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଉପଯୋଗୀ ହୋଇପାରେ।ଭାରତୀୟ ସିନିୟର ଟିମ୍ ନ୍ୟୁଜିଲାଣ୍ଡରେ ୫ଟି ଟି-୨୦, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡ କ୍ରିକେଟ୍ର ଅଧିକାରିକ ସୂଚୀ ଅନୁସାରେ ଏହି ୧୨ଟି ମ୍ୟାଚ୍ର ଗସ୍ତ ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୧ ଡିସେମ୍ବରରେ ଶେଷ ହେବ। ଟି-୨୦ ସିରିଜ୍ ୨୨ ଅକ୍ଟୋବରରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ ହେବ।





