odisha24 Live

Latest News

Latest News

ବନ୍ୟାରେ ଭାସିଲା ନେପାଳ, ମୃତ୍ୟୁସଂଖ୍ୟା ଟପିଲା ୧ ହଜାର!

ନେପାଳ : ସମୟ ଗଡ଼ୁଛି, କିନ୍ତୁ କମୁନି ଦୁଃଖ ଓ ଆଶଙ୍କା। ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ଆଠ ଦିନ ବିତିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି। ଧ୍ୱଂସାବଶେଷ ତଳେ ଏବେ ବି ଚାଲିଛି ଜୀବନର ସନ୍ଧାନ। ଉଦ୍ଧାରକାରୀ ଦଳର ଆଶା। ଧ୍ୱଂସସ୍ତୂପ ଭିତରୁ ମିଳିପାରେ ଆଉ କିଛି ଜୀବନର ଚିହ୍ନ। ପ୍ରଳୟଙ୍କାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି। ପ୍ରାୟ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି। ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ଖରାପ ପାଗ ଓ ଭାଙ୍ଗି ଯାଇଥିବା ରାସ୍ତା ଓ ସେତୁ । ଅତିକମରେ ୧୯ଟି ସେତୁ ଧ୍ୱଂସ ହୋଇଥିବା ବେଳେ ଅନେକ ପ୍ରମୁଖ ରାଜପଥ ବିଚ୍ଛିନ୍ନ ହୋଇଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜୀବନ ବଞ୍ଚାଇବାକୁ ସଂଗ୍ରାମ ଚାଲିଛି । ଭାରତ ସମେତ ଚୀନ, ବ୍ରିଟେନ୍, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶ ଉଦ୍ଧାରକାରୀ ଦଳ, ଯନ୍ତ୍ରପାତି ଓ ଆର୍ଥିକ ସହାୟତା ପଠାଇଛନ୍ତି। ଏସବୁ ଭିତରେ କିଛି ନଦୀର ଜଳସ୍ତର ବଢ଼ିବାକୁ ୭ ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି ହୋଇଛି ।

Share In Social Media
Scroll to Top