
ନୂଆଦିଲ୍ଲୀ : ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ରାକ୍ଷୀରେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୮୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୬,୫୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୮୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୬,୫୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୯,୮୨୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୪୬,୫୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୯,୮୭୦ ଟଙ୍କା ଓ ୨୨ କ୍ୟାରଟେ ୧,୪୬,୬୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୯,୮୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୬,୫୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୯,୮୨୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୪୬,୫୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।





