
ଭୁବନେଶ୍ୱର : ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି । ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି । ସାଂସଦଙ୍କ ଦାବି ଅନୁସାରେ, ଏହି ସାତ ବର୍ଷରେ ୫୫ ପ୍ରକାରର କାର୍ଯ୍ୟ କରାଯାଇଛି। ସଂସଦୀୟ କ୍ଷେତ୍ର ପାଇଁ ୮ଟି ମୁଖ୍ୟ କାର୍ଯ୍ୟକୁ ମଧ୍ୟ ସେ ପ୍ରମୁଖତା ଦେଇଛନ୍ତି । ଭୁବନେଶ୍ୱର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଆଣିବାକୁ ୩୭ ଟି ବଡ ବଡ ରୋଡ କରାଯିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅପରାଜିତା । ୭ ହଜାର ୫୦୦ ସୋଲାର ଲାଇଟ ର ବ୍ୟବସ୍ଥା କରାଯାଇଛି । ୬୫୭ ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସରେ ଆକ୍ୱାଗର୍ଡ ପାଣିର ବ୍ୟବସ୍ଥା କରାଯାଇଛି । ପାଣ୍ଡରା ଛକରେ ମଡର୍ଣ୍ଣ ହୋଲସେଲ୍ ମାଛ ମାର୍କେଟ ଖୁବଶୀଘ୍ର ହେବ । ଏଥିପାଇଁ ୫୭ କୋଟି ଟଙ୍କା ବ୍ୟୟ କରାଯିବ । ୬୩୦ କୋଟି ବ୍ୟୟରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଭୁବନେଶ୍ୱରର ଅନେକ ପ୍ରାଚୀନ ମନ୍ଦିରକୁ ଏଏସଆଇ ଅଧୀନକୁ ଅଣା ଯାଇଛି । ପ୍ରତି ବ୍ଲକରେ ହେବ ଲାଇବ୍ରେରୀ । ତେଣୁ ଆଗକୁ ସେଠାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ। ଏଥିପାଇଁ ନିଜେ ଯାଇ ପିଲାଙ୍କୁ ତାଲିମ ଦେବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ଅପରାଜିତା । ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି । ଜନ ଔଷଧି କେନ୍ଦ୍ର ବର୍ତ୍ତମାନ ୧୧୫ ଟି ବିଭିନ୍ନ ଅଞ୍ଚଳରେ ରହିଛି । ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ଦିଗରେ ସରକାର ସକାରାତ୍ମକ ଅଛନ୍ତି ଓ କାମ କରାଯିବ ବୋଲି ସରକାର କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।





