
ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ିବାରେ ଲାଗିଛି ଫ୍ଲୁ ସଂକ୍ରମଣ ।ବିଶେଷକରି ଦିଲ୍ଲୀରେ ସଂକ୍ରମଣ ବଢ଼ିବା ପରେ ସରକାର ପକ୍ଷରୁ ଲୋକଙ୍କ ପାଇଁ ସତର୍କତା ଜାରି କରାଯାଇଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ଅପିଲ୍ କରାଯାଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୩୦୮ଟି H1 N1 ମାମଲା ଚିହ୍ନଟ ହୋଇଛି। ଏହାସହ ଅନ୍ୟ ଫ୍ଲୁ ଭାରିଆଣ୍ଟର ପ୍ରାୟ ୬୦୦ରୁ ୬୫୦ ମାମଲା ରହିଛି । ଦିଲ୍ଲୀ ସରକାର କହିଛି, ସଂକ୍ରମଣ ବଢ଼ିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହଙ୍କ ଅନୁସାରେ, ହସ୍ପିଟାଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ବେଡ୍, ଡାକ୍ତର ଏବଂ ଔଷଧ ଉପଲବ୍ଧ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନଥିବା ବେଳେ ଗୁରୁତର ଅବସ୍ଥାରେ କୌଣସି ରୋଗୀ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ନଥିବା ସେ କହିଛନ୍ତି ।





