odisha24 Live

Latest News

Latest News

ବିଦେଶରେ ଅଦିନିଆ ରଥଯାତ୍ରା

କାଲିଫର୍ଣ୍ଣିଆ : ଅଦିନିଆ ତିଥିରେ ପୁଣିଥରେ ରଥଯାତ୍ରା ପାଳନ କଲା ଇସ୍କନ । ଆମେରିକାର ସାନଫ୍ରାନସିସ୍କୋ (କାଲିଫର୍ଣ୍ଣିଆ) ଠାରେ ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଛି । ଖାଲି ଏତିକି ନୁହେଁ ଗତ ୨୨ ତାରିଖରେ କାନାଡାର ବର୍ଲିଂଟନ ସହର ଏବଂ ୟୁରୋପର ଦୁଇଟି ସହର ସହ ଜର୍ମାନୀର ଲେପିଜିଗ, ନରୱେର ଓସେଲାରେ ଅଗଷ୍ଟ ୨୩ ତାରିଖରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସାରା ବିଶ୍ୱରେ ଜଗନ୍ନାଥ ପ୍ରେମୀ ବାରମ୍ବାର ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ ଅମାନିଆ ଇସ୍କନ କିଛି ଶୁଣିବାକୁ ପ୍ରସ୍ତୁତ ନୁହଁ । ଏହି ଅଦିନିଆ ରଥଯାତ୍ରା ବିରୋଧରେ ଆମେରିକା ରହୁଥିବା ଶହଶହ ଓଡିଆ ଦାବିପତ୍ର ଇସ୍କନକୁ ପଠାଯାଇଥିଲେ ମଧ୍ୟ ଇସ୍କନ କିଛି ନ ମାନି ଅଦିନିଆ ରଥଯାତ୍ରା କରି ଚାଲିଛି ।

Share In Social Media
Scroll to Top