odisha24 Live

Latest News

Latest News

ଥରିଲା ଶିମଲା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ଶିମଲା ଏବଂ ଚମ୍ବା ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଚମ୍ବାରେ ପ୍ରଥମେ ସକାଳ ୪:୩୮ ସମୟରେ ହୋଇଥିଲା ବେଳେ ଯାହାର ତିବ୍ରତା ୨.୫ ରେକର୍ଡ଼ ହୋଇଥିଲା। ଏବଂ ଶିମଲାରେ ସକାଳ ୫:୪୬ ସମୟରେ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୪.୦ ରେକର୍ଡ଼ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶିମଲା ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା।ଯାହା ୩୧.୩୮୭° ଉତ୍ତର ଅକ୍ଷାଂଶ ଏବଂ ୭୭.୭୮୭° ପୂର୍ବ ଦ୍ରାଘିମାରେ ଅବସ୍ଥିତ। ହେଲେ,ଏ-ଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇ ନଥିବା ଜଣାପଡିଛି।

Share In Social Media
Scroll to Top