odisha24 Live

Latest News

Latest News

ଉତ୍ତପ୍ତ ସମୁଦ୍ର, ବିପଦ ମୁହାଁ ବିଶ୍ୱ!

ନୂଆଦିଲ୍ଲୀ : ଗରମ ହେଉଛି ସମୁଦ୍ର । ବଦଳୁଥିବା ପାଣିପାଗ ନେଇ ବଢ଼ିଲା ଚିନ୍ତା! ସମୁଦ୍ରର କ୍ରମାଗତ ତାପମାତ୍ରା ବୃଦ୍ଧି ଏବଂ ପାଣିପାଗର ଦ୍ରୁତ ପରିବର୍ତ୍ତନ ନିଶ୍ଚିତ ଭାବରେ ଏକ ବଡ଼ ବିପଦର ସଙ୍କେତ ଓ ପ୍ରକୃତିର ଏକ ଗମ୍ଭୀର ଚେତାବନୀ ଅଟେ। ସମୁଦ୍ର ପୃଥିବୀର ଅତିରିକ୍ତ ଉତ୍ତାପର ଏକ ବଡ଼ ଅଂଶ ନିଜ ଭିତରେ ସଞ୍ଚୟ କରି ରଖେ। ତେଣୁ ସମୁଦ୍ରର ତାପମାତ୍ରା ବଢ଼ିବା କେବଳ ସାମୁଦ୍ରିକ ଜୀବଜଗତ ପାଇଁ ବିପଦ ନୁହେଁ, ଏହାର ପ୍ରଭାବ ସମଗ୍ର ପାଣିପାଗ ବ୍ୟବସ୍ଥା ଉପରେ ପଡ଼ିପାରେ। ଫଳରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ପହଞ୍ଚିପାରେ ଏବଂ କିଛି ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ର ତୀବ୍ରତା ବଢ଼ିପାରେ।
ଅନ୍ୟପଟେ ସମୁଦ୍ର ଗରମ ହେବା ଯୋଗୁଁ ମାଛ, ପ୍ରବାଳ ପ୍ରାଚୀର ଏବଂ ଅନ୍ୟ ସାମୁଦ୍ରିକ ଜୀବଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ୁଛି। ବୈଜ୍ଞାନିକମାନେ ସମୁଦ୍ରର ଏହି ନୂଆ ରେକର୍ଡକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଦ୍ରୁତ ଶିଳ୍ପାୟନରୁ ସୃଷ୍ଟ ମାତ୍ରାଧିକ ପ୍ରଦୂଷଣ, ଗ୍ରୀନ୍‌ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ପ୍ରଶାନ୍ତ ମହାସାଗରରେ ଦେଖାଦେଇଥିବା ‘ଏଲ୍ ନିନୋ’ ପ୍ରଭାବ ଯୋଗୁଁ ସମୁଦ୍ରର ଜଳ ଏତେ ମାତ୍ରାରେ ଉତପ୍ତ ହେଉଛି । ସାଧାରଣତଃ ମାନବ ସୃଷ୍ଟ ଗ୍ରୀନ୍‌ହାଉସ୍ ଗ୍ୟାସ୍ ଯୋଗୁଁ ବାୟୁମଣ୍ଡଳରେ ଜମା ହେଉଥିବା ଅତିରିକ୍ତ ଉତ୍ତାପର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଅଂଶ ସମୁଦ୍ର ଶୋଷି ନେଇଥାଏ। କିନ୍ତୁ ବର୍ତ୍ତମାନ ଏହି ଶୋଷଣ ପ୍ରକ୍ରିୟା ଏକ ବିପଦଜନକ ସ୍ତରରେ ପହଞ୍ଚିଛି। ‘ଏଲ୍ ନିନୋ’ର ସକ୍ରିୟତା କାରଣରୁ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି, ଯାହାକି ପୂର୍ବର ସମସ୍ତ ରେକର୍ଡକୁ ପଛରେ ପକାଇ ଦେଇଛି ।

Share In Social Media
Scroll to Top