odisha24 Live

Latest News

Latest News

ସାବଧାନ ! ଖାଲିପେଟରେ ଚା କିମ୍ବା କଫି ପିଉଛନ୍ତି କି ?

ଅଧିକାଂଶ ଲୋକ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାକୁ ଅଭ୍ୟାସ କରିସାରିଛନ୍ତି । ଅନେକଙ୍କ ପାଇଁ, ଚା ବିନା ଦିନ ଆରମ୍ଭ ହୁଏ ନାହିଁ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ୱାରା ହରମୋନ ସନ୍ତୁଳନ ବିଗିଡ଼ିପାରେ ? ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ, ଏହା ମାସିକ ଋତୁସ୍ରାବ, ଥାଇରଏଡ୍, ମାନସିକ ଚାପ ଏବଂ ଓଜନକୁ ମଧ୍ୟ ପ୍ରଭାବିତ କରିପାରେ ।
ମହିଳାଙ୍କ ହରମୋନ ସିଷ୍ଟମ୍ ପୁରୁଷଙ୍କ ଅପେକ୍ଷା ଅଧିକ ସମ୍ବେଦନଶୀଳ । ଏଷ୍ଟ୍ରୋଜନ୍, ପ୍ରୋଜିଷ୍ଟେରନ୍ , କାର୍ଟିସୋଲ ଓ ଇନସୁଲିନ୍ ଭଳି ହରମୋନ ନିଜ ମଧ୍ୟରେ ସନ୍ତୁଳନ ରଖି ଶରୀରକୁ ସୁସ୍ଥ ରଖିଥାନ୍ତି । ସକାଳୁ ଶରୀର ପ୍ରାକୃତିକ ଭାବରେ ରି ସେଟ୍ ବା ପୁଣିଥରେ ଆରମ୍ଭ କରିବା ମୋଡ୍ ରେ ଥାଏ , ଯଦି ସେହି ସମୟରେ ଅଧିକ କଫିନ୍ ଶରୀର ଭିତରକୁ ଯାଏ ତେବେ ଶରୀରର ହରମୋନ ସନ୍ତୁଳନ ବିଗିଡିବାର ବହୁତ ସମ୍ଭାବନା ଥାଏ । ଖାଲି ପେଟରେ ଚା ପଇବା ଦ୍ୱାରା କଣ ସବୁ ଖରାପ ପ୍ରଭାବ ପଡେ ଆସନ୍ତୁ ନଜର ପକାଇବା…
୧- କାର୍ଟିସୋଲ ହରମୋନ ଉପରେ ପ୍ରଭାବ ସକାଳ ୬ ରୁ ୮ଟା ମଧ୍ୟରେ ଶରୀରରେ କାର୍ଟିସୋଲ ବଢିକି ଥାଏ । ଖାଲିପେଟରେ ଚା କିମ୍ବା କଫି ପିଇଲେ କାର୍ଟିସୋଲ ଆହୁରି ଅଧିକ ବଢିବାର ଆଶଙ୍କା ଥାଏ । ଯାହାଦ୍ଵାରା ବ୍ୟସ୍ତ ଲାଗିବା, ଚିଡିଚିଡି ଲାଗିବା , ହରମୋନ ଅସନ୍ତୁଳନ ହୋଇଥାଏ । ୨- ଋତୁସ୍ରାବରେ ଅନିୟମିତତା କଫିନ ଏଷ୍ଟ୍ରୋଜନର ସନ୍ତୁଳନକୁ ବିଗାଡିଦିଏ । ଫଳରେ ଋତୁସ୍ରାବ ଅନିଯମିତ ହୋଇଥାଏ । ପେଟ ବ୍ୟଥା ହେବା, ମୁଡ୍ ସ୍ଵିଙ୍ଗ୍ ହେବା ଭଳି ସମସ୍ୟା ଦେଖାଦିଏ । ୩- ପେଟ ଉପରେ ଖରାପ ପ୍ରଭାବ ଖାଲି ପେଟରେ ଚା କିମ୍ବା କଫି ପିଇବା ଦ୍ଵାରା ଏସିଡିଟି, ଗ୍ୟାସ୍ , ତଣ୍ଟି ଜଳିବା ଭଳି ଲାଗେ । ଯେତେବେଳେ ଭଲ ଭାବରେ ହଜମ ନହୁଏ ସେତେବେଳେ ହରମୋନ ଅସନ୍ତୁଳ ହେବା ଆରମ୍ଭ ହୁଏ । ୪- ଓଜନ ବଢିବାର ଆଶଙ୍କା ହରମୋନ ବିଗିଡିବା ଦ୍ଵାରା ଏହାର ସିଧା ପ୍ରଭାବ ଓଜନ ଉପରେ ପଡିଥାଏ । ସକାଳୁ ସକାଳୁ ଏହି ଖରାପ ଅଭ୍ୟାସ ଦ୍ଵାରା ମେଟାବୋଲିଜିମ୍ ସ୍ଲୋ ହୋଇଥାଏ । ଯାହା ଦ୍ଵାରା ଓଜନ ବଢିଥାଏ ।

Share In Social Media
Scroll to Top