
ମକା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ଭିଟାମିନ, ଆଇରନ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ଯେ କେତେ ଲାଭଦାୟକ ତାହା ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ସୁଇଟ୍ କର୍ନର ଉପକାରିତା ବିଷୟରେ ।
୧. ହଜମ ପ୍ରକ୍ରିୟା ଉନ୍ନତ କରେ:-
ମକାରେ ଫାଇବର ଭରପୂର ମାତ୍ରାରେ ଥାଏ।
ଏହା ହଜମ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ଏହା ସହାୟକ ହୁଏ।
୨. ରକ୍ତହୀନତା ବା ଆନେମିଆ ଦୂର କରେ:-
ମକାରେ ଆଇରନ, ଭିଟାମିନ-ବି ଏବଂ ଫୋଲିକ ଏସିଡ ରହିଛି।
ଏହା ଶରୀରରେ ଲୋହିତ ରକ୍ତ କଣିକା ବଢ଼ାଏ।
ଶରୀରରେ ରକ୍ତର ଅଭାବକୁ ଦୂର କରିବାରେ ଏହା ଲାଭଦାୟକ।
୩. ହୃଦୟ ପାଇଁ ହିତକର
ମକା ଶରୀରରୁ ଖରାପ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରେ।
ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପ ନିୟନ୍ତ୍ରଣ କରେ।
ଏହା ହୃଦଘାତ ଜନିତ ସମସ୍ୟା ରୁ ରକ୍ଷା କରେ।
୪. ଆଖି ଓ ଚର୍ମ ପାଇଁ ଭଲ :-
ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ-ଏ ଆଖିର ଜ୍ୟୋତି ବଢ଼ାଏ।
ଭିଟାମିନ-ସି ଏବଂ କ୍ୟାରୋଟିନଏଡ୍ ଚର୍ମକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖେ।
ଏହା ବୟସର ଛାପ କମାଇବାରେ ସାହାଯ୍ୟ କରେ।
୫. ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀଗର୍ଭବତୀ :-
ମହିଳାଙ୍କ ପାଇଁ ମକା ଏକ ଉତ୍ତମ ଖାଦ୍ୟ।
ଏଥିରେ ଥିବା ଫୋଲିକ୍ ଏସିଡ୍ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଜରୁରୀ।
୬. ଓଜନ ନିୟନ୍ତ୍ରଣ ଓ ଶକ୍ତି ପ୍ରଦାନ :-
ମକା ଖାଇଲେ ପେଟ ଅଧିକ ସମୟ ପୂର୍ଣ୍ଣ ରହେ।
ଏହା ବାରମ୍ବାର ଖାଇବା ଇଚ୍ଛା କମାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
ଏଥିରେ ଥିବା କାର୍ବୋହାଇଡ୍ରେଟ ଶରୀରକୁ ଦିନସାରା ଶକ୍ତି ଯୋଗାଇଥାଏ।





