odisha24 Live

Latest News

Latest News

ପୁଣି ବଢ଼ିଲା ସୁନା ରୂପ ଦର

ନୂଆଦିଲ୍ଲୀ : ଆଜି ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି ୧ ଲକ୍ଷ ୬୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିପରି ରୁପା ଦରରେ ମଧ୍ୟ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଅଗଷ୍ଟ ୨୦ରେ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୫୮ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। ଆଜି ଏଥିରେ ୪,୩୦୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ ୬୨ ହଜାର ଟଙ୍କାରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏହା ସୁନାର ସର୍ବାଧିକ ଦର । ଏହା ପୂର୍ବରୁ ମେ’ ୨୬ରେ ସୁନା ଦର ପ୍ରାୟ ୧ ଲକ୍ଷ ୬୨ ହଜାର ୪୦୦ ଟଙ୍କାରେ କାରବାର କରୁଥିଲା।
ଯଦି ଭୁବନେଶ୍ବରରେ ସୁନାଦର କଥା ଦେଖିବା ତାହେଲେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୧୬୦୪୮୦ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୪୭୧୦୦ ଟଙ୍କା ରହିଛି । ସେହିପରି ରୁପା ଦର କେଜି ପିଛା ୨,୬୦,୧୦୦ ଟଙ୍କା ରହିଛି । ସୁନା ସହ ରୁପା ଦର ମଧ୍ୟ ଆଜି ରେକର୍ଡ ବୃଦ୍ଧି ଦେଖିଛି । ଶୁଦ୍ଧ ରୁପାର ଦର କିଲୋଗ୍ରାମ ପିଛା ୨ ଲକ୍ଷ ୩୫ ହଜାର ଟଙ୍କାରୁ ବଢ଼ି ୨ ଲକ୍ଷ ୪୫ ହଜାର ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ରୁପା ଦରରେ ୧୦ ହଜାର ଟଙ୍କା ବୃଦ୍ଧି ହୋଇଛି। ଗତ ୭ ସପ୍ତାହ ମଧ୍ୟରେ ଆଜି ରୁପାର ଦର ସର୍ବାଧିକ ରହିଛି। ଆନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାର ଓ ବଣ୍ଡ୍ ଯିଲ୍ଡରେ ବଡ଼ ହ୍ରାସ ସୁନା ଦର ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବରେ ସୁନା ଦର ଦୁଇ ମାସରୁ ଅଧିକ ସମୟର ସର୍ବୋଚ୍ଚ ସ୍ତର ନିକଟରେ ରହିଛି। ଏହା ସହ ଆମେରିକା ପକ୍ଷରୁ ଇରାନ ଉପରେ ନୂଆ ଆର୍ଥିକ କଟକଣା ଘୋଷଣା ପରେ ଅଶୋଧିତ ତୈଳ ଦରରେ ମଧ୍ୟ ୨ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।

Share In Social Media
Scroll to Top