odisha24 Live

Latest News

Latest News

ରେକର୍ଡ ଭାଙ୍ଗିଲେ ଜାଡେଜା

ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସୋମବାର ଗାଲେରେ ସେ ଟେଷ୍ଟ କ୍ରିକେଟରେ ୪,୦୦୦ରୁ ଉର୍ଦ୍ଧ୍ୱ ରନ୍ ଏବଂ ୩୫୦ ୱିକେଟ୍‌ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ୩ଟି ଉଇକେଟ୍‌ ନେଇଥିଲେ। ଏହା ପରେ ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ମୋଟ ୩୫୧ ଉଇକେଟ୍‌ ହୋଇଛି। ସେହିପରି ଜାଡେଜା ଏପର୍ଯ୍ୟନ୍ତ ୪,୧୦୮ ରନ ମଧ୍ୟ କରିଛନ୍ତି। ଏହା ସହିତ ଜାଡେଜା ସେହି ବିଶେଷ ରେକର୍ଡ ତାଲିକାରେ ସାମିଲ ହୋଇଛନ୍ତି, ଯେଉଁଥିରେ ବିଶ୍ୱର ମାତ୍ର ୪ ଜଣ କ୍ରିକେଟର ରହିଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ କପିଲ ଦେବ ଟେଷ୍ଟରେ ୫,୨୪୮ ରନ ଏବଂ ୪୩୪ ଉଇକେଟ୍‌ ନେଇଛନ୍ତି। ଇଂଲଣ୍ଡର ପୂର୍ବତନ ମହାନ ଅଲରାଉଣ୍ଡର ଇଆନ ବୋଥାମଙ୍କ ନାମରେ ୫,୨୦୦ ରନ ଏବଂ ୩୮୩ ଉଇକେଟ୍‌ ରହିଛି। ସେହିପରି ନ୍ୟୁଜିଲାଣ୍ଡର ଡାନିଏଲ ଭିଟୋରି ୩୬୨ ଉଇକେଟ୍‌ ନେବା ସହ ୪,୫୩୧ ରନ କରିଛନ୍ତି।

Share In Social Media
Scroll to Top