
ମୁମ୍ବାଇ : ପେଟ୍ରୋଲ ଓ ଡିଜେଲର ଦର ବଢୁଥିବା ବେଳେ ଏବେ ସୋଲାର କାର୍ ନେଇ ବଜାରରେ ନୂଆ ମଡେଲ୍ ଓ ପ୍ରୋଟୋଟାଇପ୍ ଆସୁଛି। ଏହା ସହିତ ପରିବେଶ ପ୍ରଦୂଷଣ କମାଇବା ଦିଗରେ ମଧ୍ୟ ଅଟୋମୋବାଇଲ୍ କମ୍ପାନୀମାନେ ନୂଆ ନୂଆ ଟେକ୍ନୋଲୋଜି ଆଣୁଛନ୍ତି । ଏହି ଦିଗରେ ପୁଣେର ଷ୍ଟାର୍ଟଅପ୍ କମ୍ପାନୀ ଭାରତରେ ନେଇଆସିଛି ସୋଲାର ପାୱାର୍ଡ ଇଲେକ୍ଟ୍ରିକ୍ କାର୍ । ଏହି କାରର ସବୁଠାରୁ ବଡ଼ ଖାସିୟତ ହେଉଛି ଏହାର ସୋଲାର ରୁଫ୍ । ଅର୍ଥାତ୍, କାରର ଉପରେ ଲାଗିଥିବା ସୋଲାର ପ୍ୟାନେଲ୍ ସୂର୍ଯ୍ୟ କିରଣରୁ ବିଦ୍ୟୁତ୍ ତିଆରି କରି ବ୍ୟାଟେରୀକୁ ଚାର୍ଜ କରିବାରେ ସାହାଯ୍ୟ କରେ । ତେବେ ଏହି କାର କେବଳ ସୂର୍ଯ୍ୟ କିରଣରେ ଚାଲେ ନାହିଁ । ସୋଲାର ରୁଫ୍ ମେନ୍ ବ୍ୟାଟେରୀକୁ ଧୀରେ ଧୀରେ ଚାର୍ଜ କରେ । କମ୍ପାନୀର କହିବା ଅନୁସାରେ, ଏଥିରୁ ପ୍ରତିଦିନ ପ୍ରାୟ ୧୦ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ଏକ୍ସଟ୍ରା ରେଞ୍ଜ ମିଳିପାରେ।





