odisha24 Live

Latest News

Latest News

ଚର୍ଚ୍ଚାରେ ଗିଲ

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର କାମିନ୍ଦୁ ମେଣ୍ଡିସଙ୍କ ଏହି କ୍ୟାଚକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଶ୍ରୀଲଙ୍କାର ପ୍ରଥମ ଇନିଂସର ୧୭ତମ ଓଭରର ପ୍ରଥମ ବଲ୍‌ରେ କାମିନ୍ଦୁ ମେଣ୍ଡିସ୍ ଆଗକୁ ଆସି ଶଟ୍ ଖେଳିଥିଲେ। ବଲ୍‌ଟି ତଳକୁ ଆସୁଥିବା ବେଳେ ଗିଲ୍ ନିଜ ବାମପଟକୁ ଲମ୍ବା ଡାଇଭ୍ ମାରି ଗୋଟିଏ ହାତରେ ଅସାଧାରଣ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ଏତେ ଦ୍ରୁତ ଓ ଚମତ୍କାର ଥିଲା ଯେ ବିଭିନ୍ନ କ୍ୟାମେରା ଆଙ୍ଗଲ୍‌ରୁ ଦେଖିଲେ ମଧ୍ୟ ଗିଲଙ୍କ ଫିଲ୍ଡିଂର ପ୍ରଶଂସା ନକରି ରହିହେବ ନାହିଁ। ଗିଲଙ୍କ ଏହି କ୍ୟାଚ୍‌ରେ କୁଲଦୀପ ଯାଦବଙ୍କୁ ପ୍ରଥମ ୱିକେଟ୍ ମିଳିଥିଲା। ଗିଲଙ୍କ ଏହି ଚମତ୍କାର କ୍ୟାଚ୍‌ରେ କୁଲଦୀପ ଯାଦବଙ୍କୁ ତାଙ୍କ ପ୍ରଥମ ୱିକେଟ୍ ମିଳିଥିଲା।

Share In Social Media
Scroll to Top