
ନୂଆଦିଲ୍ଲୀ : ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନର ୧୭ତମ ଦିନ । ଲୋକସଭାରେ ପ୍ରଶ୍ନକାଳ ଆରମ୍ଭରୁ ହିଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ମାତ୍ର ୪ ମିନିଟ ଚାଲିପାରିଥିଲା ଗୃହ । ପରେ ଗୃହର ଅଚଳ ଅବସ୍ଥା ଜାରି ରହିଥିଲା । ଏନେଇ ବାଚସ୍ପତି ଓମ ବିର୍ଲା ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରିଥିଲେ । ଜୁଲାଇ ୨୦ ତାରିଖରେ ହୋଇଥିବା ପରୀକ୍ଷା ଅନିୟମିତତା ବିରୋଧରେ ପ୍ରତିବାଦ ସମୟରେ ଛାତ୍ରମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀସଦସ୍ୟମାନେ ଅମିତଶାହଙ୍କ ବିବୃତ୍ତିକୁ ପୁଣି ରଖିବାକୁ ଦାବି କରିଥିଲେ । କିନ୍ତୁ ବିରୋଧୀଙ୍କ କହିବା ଅନୁସାରେ ସେ ଠିକ ଉକ୍ତି ରଖିନଥିଲେ ସଂସଦକୁ ଆସି ବିବୃତ୍ତି ରଖନ୍ତୁ । ଏନେଇ ବିରୋଧୀମାନେ ଗୃହର ମଧ୍ୟଭାଗକୁ ଆସି ଉକ୍ତ ପ୍ରସଙ୍ଗରେ ନାରାବାଜି କରି ପ୍ଲାକାର୍ଡ ଧରି ଅରାଜକତା ସୃଷ୍ଟିକରିଥିଲେ । ବାରମ୍ବାର ବାଚସ୍ପତି ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ଜିଦରେ ଅଟଳ ରହି ଗୃହକୁ ଚଲାଇ ଦେଇନଥିଲେ । ଏନେଇ ଗୃହକୁ ୨ଟାଯାଏ ମୁଲତବୀ କରିଛନ୍ତି ବାଚସ୍ପତି ଓମ ବିର୍ଲା ।

