odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ମାସ ଶେଷକୁ ପକେଟ୍‌ ଖାଲି ହୋଇଯାଉଛି କି ?

ସକାଳେ ଉଠିବା ଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଯାହା ବି କିଛି କରନ୍ତି, ସବୁଥିପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ କ୍ଷୀର ପ୍ୟାକେଟ୍‌ କିଣିବା ହେଉ କି ଚା ପିଇବା, ଯାତାୟତ ପାଇଁ ହେଉ କି ମୋବାଇଲ ରିଚାର୍ଜ, ଏଥିପାଇଁ ଛୋଟ-ବଡ଼ ପରିମାଣର ଖର୍ଚ୍ଚ ହୋଇଥାଏ । ତେବେ କିଛି ଛୋଟ ଛୋଟ ଖର୍ଚ୍ଚ କୀଟ ସଦୃଶ ହୋଇଥାଅନ୍ତି, ଯେହା ଛୋଟ ହେଲେ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ ବଜେଟକୁ ଖାଇଯାଏ । ଏହାକୁ “ଲାଟେ ଫ୍ୟାକ୍ଟର” କୁହାଯାଏ, ଯାହା ଦୈନିକ ଛୋଟମୋଟ ଖର୍ଚ୍ଚ, ମାସର ଶେଷ ସୁଦ୍ଧା ଏକ ବଡ଼ ପରିମାଣରେ ହୋଇଯାଏ ।
କେବଳ ଯେ, ଖର୍ଚ୍ଚ କଲେ ହେବନି, ଖର୍ଚ୍ଚ ବ୍ୟତୀତ ଆପଣଙ୍କର କଷ୍ଟ ଅର୍ଜିତ ଟଙ୍କାରୁ କିଛି ସଞ୍ଚୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସଞ୍ଚୟ ଅର୍ଥ କଞ୍ଜୁସ ହେବା ନୁହେଁ, ବରଂ ଆପଣଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସଠିକ ଦିଗରେ ଆପଣଙ୍କର ଟଙ୍କା ବିନିଯୋଗ କରିବା । ଆପଣଙ୍କର ଜୀବନଶୈଳୀ ସହିତ କୌଣସି ପ୍ରକାରର ସାଲିସ ନକରି କେମିତି ସଞ୍ଚୟ ଆରମ୍ଭ କରିବେ ସେନେଇ କିଛି ଟିପ୍ସକୁ ଅନୁସରଣ କରିପାରିବେ..
ଆପଣଙ୍କ ଖର୍ଚ୍ଚର ପ୍ଲାନିଂ କରନ୍ତୁ:- ସଞ୍ଚୟ ବା ସେଭିଂ କରିବାର ପ୍ରଥମ ପଦକ୍ଷେପ ହେଉଛି, ଆପଣ କେଉଁ କେଉଁ ବାଟରେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ପ୍ରଥମେ ଜାଣିବାକୁ ପଡ଼ିବ । ପ୍ରତିଦିନ ଆପଣ କେଉଁ କେଉଁ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି ଅର୍ଥାତ ଛୋଟ ଛୋଟ ଖର୍ଚ୍ଚକୁ ଏକ ନୋଟବୁକରେ ଲେଖିବାର ଅଭ୍ୟାସ କରନ୍ତୁ । ଯଦି ଆପଣଙ୍କ କ୍ଷୀର ବିଲ୍ ଠାରୁ ଆରମ୍ଭ କରି ପନିପରିବା କିଣା ପର୍ଯ୍ୟନ୍ତ ଆପଣଙ୍କ ଚା ପିଇବା ଖର୍ଚ୍ଚ ଠାରୁ ଆରମ୍ଭ କରି ବାହାରେ ଜଳଖିଆ କରିବା ପର୍ଯ୍ୟନ୍ତ ସବୁକିଛିର ହିସାବ ରଖନ୍ତି, ଏହା ମାସ ଶେଷରେ ଆପଣ କେଉଁଥିରେ ସବୁଠାରୁ ଅଧିକ ଖର୍ଚ୍ଚ କରିଛନ୍ତି ତାହା ଜାଣିବାରେ ସାହାଯ୍ୟ କରିବ । ଏହା ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚ ଚିହ୍ନଟ କରିବାରେ ଏବଂ ପରବର୍ତ୍ତୀ ମାସରେ ସେଗୁଡ଼ିକୁ ଏଡାଇବାରେ ସାହାଯ୍ୟ କରିବ । ଯଦି ଆପଣ ଏକ ମାସିକ ଖର୍ଚ୍ଚ ସୀମା ସ୍ଥିର କରନ୍ତି, ତେବେ ଆପଣଙ୍କର ଅପଚୟ ସ୍ୱୟଂଚାଳିତ ଭାବରେ ହ୍ରାସ ପାଇବ ।
ଘରେ ଖାଦ୍ୟ ରାନ୍ଧନ୍ତୁ ଏବଂ ଖାଆନ୍ତୁ:- ଆଜିକାଲି ଅନେକ ଲୋକ ବାହାରେ ଖାଇବାରେ ଅଭ୍ୟସ୍ତ ହୋଇଗଲେଣି । ଆମେ ପ୍ରାୟତଃ ରେଷ୍ଟୁରାଣ୍ଟରେ ବହୁତ ଟଙ୍କା ଖର୍ଚ୍ଚ କରୁ । ତେଣୁ, ଘରେ ରୋଷେଇ କରି ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ବଜେଟ୍ ଉଭୟ ପାଇଁ ବହୁତ ଲାଭଦାୟକ । ଏହା କେବଳ ଟଙ୍କା ସଞ୍ଚୟ କରେ ନାହିଁ ବରଂ ଆପଣ ତାଜା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ସୁସ୍ଥ ରହେ । ଘରେ ରୋଷେଇ କରିବା ସହଜ ଏବଂ ଚାପମୁକ୍ତ କରିବା ପାଇଁ, ସପ୍ତାହର ଆରମ୍ଭରେ ପନିପରିବା କିଣନ୍ତୁ ଏବଂ ଆପଣଙ୍କ ମେନୁ ପୂର୍ବରୁ ଯୋଜନା କରନ୍ତୁ । ଘରୁ ମଧ୍ୟାହ୍ନ ଭୋଜନ ପ୍ୟାକ୍ କରି ଅଫିସକୁ ନେଇଯାଆନ୍ତୁ । ଏହା ଆପଣଙ୍କ ମାସିକ ଖର୍ଚ୍ଚକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ । ଘରେ ପ୍ୟାକ୍ ହୋଇଥିବା ମଧ୍ୟାହ୍ନ ଭୋଜନ ଆପଣଙ୍କ ଆଶାଠାରୁ ଅଧିକ ଟଙ୍କା ସଞ୍ଚୟ କରିବ । ଏହି ଅଭ୍ୟାସ କେବଳ ଟଙ୍କା ସଞ୍ଚୟ କରେ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖେ ।
ସବ୍‌ସ୍କ୍ରିପ୍ସନ କମ କରନ୍ତୁ:- ଆଜିକାଲି, ଆମେ ମୋବାଇଲ୍ ଆପ୍ସ, ମୁଭି ଷ୍ଟ୍ରିମିଂ ଆପ୍ସ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ପ୍ରତି ମାସରେ ଦେୟ ଦେଉଛୁ । ଏହି ଆପ୍ସ ମଧ୍ୟରୁ ଅନେକ ସମ୍ପୂର୍ଣ୍ଣ ଭାବରେ ବ୍ୟବହୃତ ହେଉନାହିଁ । କେବଳ ଆପଣଙ୍କ ଆବଶ୍ୟକ ଥିବା ଆପ୍ସ ରଖନ୍ତୁ ଏବଂ ବାକିଗୁଡ଼ିକୁ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରନ୍ତୁ । ସେହିପରି, ଯଦି ଆପଣଙ୍କର ପାଖରେ ଜିମ୍ ମେମ୍ବରସିପ୍‌ ଅଛି ଏବଂ ଆପଣ ଜିମ୍‌ ଯାଉନାହାନ୍ତି ନାହିଁ, ତେବେ ତାହା ମଧ୍ୟ ବନ୍ଦ କରନ୍ତୁ । ଏହା ବଦଳରେ, ପାର୍କରେ ବୁଲିବା କିମ୍ବା ଘରେ ବ୍ୟାୟାମ କରିବା ଭଳି ବିକଳ୍ପ ଗୁଡ଼ିକ ବିଷୟରେ ବିଚାର କରନ୍ତୁ । ଏହିପରି ଛୋଟ ସଞ୍ଚୟ, ବଡ଼ ସେଭିଂ ହୋଇପାରେ ।
ବିଦ୍ୟୁତ୍ ସଞ୍ଚୟ:- ବିଦ୍ୟୁତ୍ ଏବଂ ପାଣି ବ୍ୟବହାର ହ୍ରାସ କରିବା ଦ୍ୱାରା ଆପଣଙ୍କ ପରିବାର ବଜେଟ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିପାରେ । ଘରୁ ବାହାରିବା ସମୟରେ ପଙ୍ଖା ଏବଂ ଲାଇଟ୍ ବନ୍ଦ କରିବାର ଅଭ୍ୟାସ କରନ୍ତୁ । ପୁରୁଣା ବଲ୍ବ ଗୁଡ଼ିକୁ ସହିତ ବଦଳାଇଲେ ଆପଣଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ ପାଇବ । ପ୍ରାକୃତିକ ଆଲୋକ ଭିତରକୁ ଆସିବା ପାଇଁ ଦିନରେ ଝରକା ଖୋଲା ରଖନ୍ତୁ । ଅନାବଶ୍ୟକ ଭାବରେ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଚାଲୁ ରଖନ୍ତୁ ନାହିଁ; ଏହା ମାସ ଶେଷରେ ଆପଣଙ୍କର ବିଦ୍ୟୁତ୍ ବିଲ୍ ବହୁତ ହ୍ରାସ କରିବ ।
ପରିବହନ ଖର୍ଚ୍ଚ:- ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ, ଆପଣଙ୍କ କାର ବ୍ୟବହାର ମହଙ୍ଗା ହୋଇପାରେ । ବନ୍ଧୁମାନଙ୍କ ସହିତ କାରପୁଲ୍ କରିବା କିମ୍ବା ସାର୍ବଜନୀନ ପରିବହନରେ କାର୍ଯ୍ୟସ୍ଥଳକୁ ଯିବା ଭଲ । କମ୍‌ ଦୂରକୁ ଯିବା ପାଇଁ ହେଲେ ଆପଣ ସାଇକେଲ କିମ୍ବା ଚାଲିକି ମଧ୍ୟ ଯାଇପାରିବେ । ଏହା ଆପଣଙ୍କ ଟଙ୍କା ସଞ୍ଚୟ କରିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ । ନିୟମିତ ଭାବରେ ଆପଣଙ୍କ କାରର ସର୍ଭିସିଂ କରାନ୍ତୁ ଏବଂ ଇନ୍ଧନ ସଞ୍ଚୟ କରିବା ପାଇଁ ଆପଣଙ୍କ ଗାଡ଼ି ଟାୟାରରେ ପ୍ରେସର୍‌ ସଠିକ ଭାବରେ ରଖନ୍ତୁ । ଏହା ଆପଣଙ୍କ ଦୂରଗାମୀ ଯାତ୍ରା ଖର୍ଚ୍ଚ ହ୍ରାସ କରିବ । କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଆପଣଙ୍କ କାର ବ୍ୟବହାର କରନ୍ତୁ ।
ଟଙ୍କା ମ୍ୟାନେଜ କରନ୍ତୁ:- ଆଜିକାଲି ସମସ୍ତେ ମୋବାଇଲ୍ ମାଧ୍ୟମରେ ଅନ୍‌ଲାଇନ ପେମେଣ୍ଟ କରୁଛନ୍ତି । ଏଭଳି ଭାବରେ, ଆମେ ବିନା ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥାଆନ୍ତି । ଏହା ବଦଳରେ, ଯଦି ଆପଣ କିଛି କିଣନ୍ତି, ତେବେ କ୍ୟାସ ଦେଇ କିଣାକିଣି କରିବା ଅଭ୍ୟାସ କରନ୍ତୁ । ଯେତେବେଳେ ଆମର ନଗଦ ସରିବାକୁ ଲାଗେ, ସେତେବେଳେ ଆମର ସ୍ପଷ୍ଟ ଧାରଣା ହୋଇଯାଏ ଯେ, ଆମ ପାଖରେ କେତେ ଟଙ୍କା ଅଛି ଏବଂ କେତେ କମ୍ ବାକି ଅଛି । ଏହା ଆମକୁ ଅନାବଶ୍ୟକ କ୍ରୟରୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top