
ଆମାଜନରେ ଆରମ୍ଭ ହୋଇଛି ଗ୍ରେଟ ଫ୍ରେୱେଡାମ ସେଲ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଏହି ଫୋନ୍କୁ ଲଞ୍ଚ୍ କରିଥିଲା । Lava Bold N2 ର କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ 4GB RAM+64GB ମିଳୁଛି । ଯାହା ୯,୨୯୯ଟଙ୍କାରେ ଉପଲବ୍ଧ । ଇ-କମର୍ସ ୱେବସାଇଟରେ ଚାଲୁଥିବା ସେଲରେ ଏହି ଫୋନ କିଣିବା ଉପରେ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଯାହା ୩୦୦ଟଙ୍କାର ସଞ୍ଚୟ ପ୍ରଦାନ କରୁଛି । ଏହି ଅଫର୍ ସହିତ ଫୋନକୁ ୮,୯୯୯ଟଙ୍କାରେ କିଣାଯାଇପାରିବ । ଏହି ଫୋନ୍ ୨ ଟି କଲର ଅପ୍ସନ ଇଣ୍ଡସ୍ ବ୍ଲାକ୍ ଏବଂ ସିଆଚେନ୍ ହ୍ୱାଇଟରେ ଉପଲବ୍ଧ ।

