
ଚେନ୍ନାଇ: ସିନେମା ଦୁନିଆରେ ବାପାଙ୍କ ନାଁରେ ନୁହେଁ, ନିଜ ଟ୍ୟାଲେଣ୍ଟରେ ପରିଚୟ ତିଆରି କରିବାକୁ ଏଣ୍ଟ୍ରି କରୁଛନ୍ତି ଜଣେ ଷ୍ଟାର କିଡ୍। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥଲପତି ବିଜୟଙ୍କ ପୁଅ ଜେସନ ସଞ୍ଜୟ ଅଭିନୟ ନୁହେଁ, ବରଂ ନିର୍ଦ୍ଦେଶନା ଦୁନିଆରେ ନିଜ ଛାପ ଛାଡ଼ିବାକୁ ଯାଉଛନ୍ତି। ତାଙ୍କ ପ୍ରଥମ ଫିଲ୍ମ ‘ସିଗ୍ମା’ ଆସନ୍ତା ୨ ଅକ୍ଟୋବର ୨୦୨୬ରେ ପରଦାକୁ ଆସିବାକୁ ଯାଉଛି।
ଫିଲ୍ମ ରିଲିଜ ପୂର୍ବରୁ ଜେସନ୍ଙ୍କୁ ମିଳିଛି ବଡ଼ ସମର୍ଥନ। ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି ଜେସନ୍ ଓ ତାଙ୍କ ଫିଲ୍ମକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ନାଗାର୍ଜୁନ କହିଛନ୍ତି; ଥଲପତି ବିଜୟଙ୍କ ଫିଲ୍ମକୁ ତେଲୁଗୁ ରାଜ୍ୟଗୁଡ଼ିକରେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେଲୁଗୁ ଦର୍ଶକ ସବୁ ପ୍ରକାରର ସିନେମାକୁ ଖୋଲା ମନରେ ଗ୍ରହଣ କରନ୍ତି। ବିଜୟଙ୍କ ପରି ତାଙ୍କ ପୁଅ ଜେସନ୍ଙ୍କ ‘ସିଗ୍ମା’କୁ ମଧ୍ୟ ସେହିଭଳି ଭଲପାଇବା ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି।
ନାଗାର୍ଜୁନଙ୍କ ଏହି କଥା ଶୁଣି ଗଦ୍ଗଦ୍ ହୋଇଛନ୍ତି ଜେସନ୍। ସେଥିପାଇଁ ସେ ନାଗାର୍ଜୁନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋ’ ପାଇଁ ନାଗାର୍ଜୁନଙ୍କ ଏହି ଶବ୍ଦ ବହୁତ ମହତ୍ତ୍ୱ ରଖେ ବୋଲି ସେ କହିଥିଲେ। ଏହା ପୂର୍ବରୁ ଅଭିନେତା ଚିରଞ୍ଜୀବୀ ମଧ୍ୟ ଜେସନ୍ଙ୍କୁ ପ୍ରଶଂସା କରିଥିବା ଜଣାପଡ଼ିଛି।





