odisha24 Live

Latest News

Latest News

ଲଞ୍ଚ୍ ହେଲା ଟାଟା ର ନୂଆ କମ୍ପାକ୍ଟ ସେଡାନ୍ ‘ଏରିସ’

ମୁମ୍ବାଇ : ଭାରତୀୟ ରାସ୍ତାରେ ଦିନେ ମାରୁତି ସୁଜୁକିର ଗାଡ଼ି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ବଦଳିଛି ଚିତ୍ର। ଟାଟା ମୋଟର୍ସ ମଧ୍ୟ ଭାରତୀୟ କାର୍ ବଜାରରେ ନିଜ ସ୍ଥିତିକୁ ଆହୁରି ମଜବୁତ କରିଛି । ନୂଆ ଟାଟା ଏରିସର ଲୁକ୍ ବେଶ୍ ପ୍ରିମିୟମ୍ ଓ ଆକର୍ଷଣୀୟ ହୋଇଛି। ଏଥିରେ ସ୍ଲିକ୍ ଫ୍ରଣ୍ଟ ଗ୍ରିଲ୍, ଶାର୍ପ ଏଲଇଡ଼ି ହେଡଲ୍ୟାମ୍ପ, ସ୍ପୋର୍ଟି ଏଲଇଡ଼ି ଡିଆରଏଲ ଏବଂ ପଛ ଭାଗରେ କନେକ୍ଟେଡ୍-ଷ୍ଟାଇଲ୍ ଟେଲଲାଇଟ୍ସ ଦିଆଯାଇଛି। ଖରାପ ରାସ୍ତାରେ ସହଜରେ ଯାତାୟାତ ପାଇଁ ଏଥିରେ ୧୫-ଇଞ୍ଚର ଆଲୟ ହ୍ବିଲ୍ସ ସହ ୧୭୦ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ମିଳୁଛି।

କାର୍‌ ଭିତରେ ଗ୍ରାହକଙ୍କ ସୁବିଧା ପାଇଁ ଆଧୁନିକ ଫିଚର୍ସ ଦିଆଯାଇଛି | ଏଥିମଧ୍ୟରେ ୧୦.୨୫-ଇଞ୍ଚ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍ (ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଓ ଆପଲ୍ କାର୍‌ପ୍ଲେ ସପୋର୍ଟ ସହ), ୩୬୦-ଡିଗ୍ରୀ ସରାଉଣ୍ଡ ଭ୍ୟୁ କ୍ୟାମେରା, ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ଏବଂ ଇଣ୍ଟିଗ୍ରେଟେଡ୍ ଡ୍ୟାଶ୍‌କ୍ୟାମ, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଓ ରିୟର ଏସି ଭେଣ୍ଟସ୍ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଥିରେ ୬ଟି ଏୟାରବ୍ୟାଗ୍, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି ପ୍ରୋଗ୍ରାମ୍ (ESP), ଟାୟାର ପ୍ରେସର ମୋନିଟରିଂ ସିଷ୍ଟମ୍ ଏବଂ ISOFIX ଚାଇଲ୍ଡ ସିଟ୍ ଆଙ୍କର୍ ଭଳି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର୍ସ ରହିଛି।

Share In Social Media
Scroll to Top