
ମୁମ୍ବାଇ : ଜୀବନର ୬୦ ବର୍ଷ ପରେ ବି କୃଷ୍ଣସାର ମୃଗ ମାମଲା ସଲମାନ ଖାଁ ପିଛା ଛାଡ଼ୁନାହିଁ। ପୁଣିଥରେ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ସଲମାନ ଖାନଙ୍କୁ ନୋଟିସ୍ କରିଛନ୍ତି। ହେଲେ ଏଥର ମାମଲା ଟିକେ ଓଲଟା ରହିଛି।
‘କାଲା ହିରନ: ଦ ବେଟଲ ଅଫ ଲିଗାସି’ ଫିଲ୍ମର ପ୍ରଯୋଜକ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିସନ ଆଧାରରେ ଉତ୍ତର ରଖିବାକୁ କୋର୍ଟ ସଲମାନ ଖାନଙ୍କୁ ନୋଟିସ୍ କରିଛନ୍ତି।
ପ୍ରକୃତରେ ଏହି ନାଁରେ ଫିଲ୍ମ କରିବାରୁ ଏହାକୁ ବ୍ୟାନ୍ କରିବା ପାଇଁ ସଲମାନ ଖାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଜବାବର ଫିଲ୍ମର ପ୍ରଯୋଜକ ପାଲଟା ପିଟିସନ ଦାଖଲ କରିଛନ୍ତି। ଏହି ମାମଲାର ଶୁଣାଣି କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଆଞ୍ଚଳିକ କ୍ଷମତା ନାହିଁ ବୋଲି ପ୍ରଯୋଜକ ଯୁକ୍ତି ଦର୍ଶାଇଛନ୍ତି।
ଆବେଦନର ଶୁଣାଣି କରି ଅନୁପମ ଜୟରାମ ଭବାନୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସଲମାନଙ୍କୁ ନୋଟିସ୍ କରିଛନ୍ତି। ଏବଂ ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି। ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି କରାଯିବ।





